Categories: ଖେଳ

ଟଏଲେଟ୍‌ ଭିତରେ ବସି ଗୀତ ଶୁଣୁଛନ୍ତି ଧୋନୀ, ଭିଡିଓ ଭାଇରାଲ୍‌

ଭାରତକୁ ୨ଟି ବିଶ୍ୱକପ ବିଜୟୀ କରାଇଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ ନିଜକୁ ଦୂରେଇ ରଖିଛନ୍ତି। କ୍ରିକେଟ ଖେଳୁ ନ ଥିଲେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଥମୁନି। ପ୍ରତିଦିନ ସୋସିଆଲ ମିଡିଆରେ ତାଙ୍କ ଫଟୋ ହେଉ କି ଭିଡିଓ ଭାଇରାଲ ହେବାରେ ଲାଗିଛି। ନିକଟରେ ଧୋନୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଧୋନୀ ଏକ ଟଏଲେଟ୍‌ ଭିତରେ ବସି ଗୀତ ଶୁଣୁଛନ୍ତି। ତାଙ୍କୁ ଗୀତ ଗାଇ ଶୁଣାଉଛନ୍ତି ଗାୟକ ଇଶାନ ଖାନ। ସାଥୀ ଖେଳାଳି ପିୟୁଷ ଚାଓ୍ବାଲା, ପାର୍ଥିବ ପଟେଲ ମଧ୍ୟ ସେଠାରେ ବସି ଗୀତ ଶୁଣୁଥିବାର ଦେଖିବାକୁ ମିଳିଛି। ଇଶାନ ଧୋନୀଙ୍କ ପାଇଁ ‘ମେରେ ମେହବୁବ୍‌ କୟାମତ୍‌ ହୋଗୀ..’ ଗୀତଟି ଗାଇ ଶୁଣାଉଥିବାବେଳେ ଧୋନୀ ମଧ୍ୟ ଏହାର ମଜା ଉଠାଉଛନ୍ତି। ଗତ କିଛିଦିନ ତଳେ ଧୋନୀଙ୍କୁ ମାଳଦ୍ୱୀପରେ ବନ୍ଧୁଙ୍କ ସହ ଭଲିବଲ ଖେଳୁଥିବାର ଦେଖାଯାଇଥିଲା। ସୂଚନାଯୋଗ୍ୟ, ୨୦୧୯ ବିଶ୍ୱକପ ପରେ ଧୋନୀ କ୍ରିକେଟରୁ ନିଜକୁ ଦୂରେଇ ରଖିଛନ୍ତି। ସେ କେବେ କ୍ରିକେଟକୁ ଫେରିବେ ତାହା ଏବେ ପ୍ରଶ୍ନବାଚୀ ହୋଇ ରହିଛି।

Share