ଟଏଲେଟ୍‌ ସଫା କଲେ ସଲମାନ ଖାନ୍‌

‘ବିଗ ବସ-୧୩’ ଏବେ ଦେଖିବାକୁ ଜବରଦସ୍ତ ହଙ୍ଗାମା। ଚଳିତ ସପ୍ତାହର ସବୁଠୁ ହାଇଭୋଲଟେଜ୍‌ ପାର୍ଟ ଥିଲା ରଶ୍ମି ଦେଶାଇ ଓ ସିଦ୍ଧାର୍ଥ ଶୁକ୍ଲାଙ୍କ ବିଗ ଫାଇଟ। ଏହା ବ୍ୟତୀତ ଆହୁରି ଅନେକ କିଛି ଡ୍ରାମା ଦେଖିବାକୁ ମିଳିଥିଲା। ଘର ଏବଂ ଟଏଲେଟ ସଫାକୁ ନେଇ ମଧ୍ୟ ପ୍ରତିଯୋଗୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା। ଏହାପରେ ସିଦ୍ଧାର୍ଥ ଏବଂ ଅସିମ୍‌ ରିଆଜ୍‌ଙ୍କ ଜୋରଦାର ଝଗଡା ହୋଇଥିଲା। ଏହି ସମୟରେ ବିଗ୍‌ ବସ୍‌-୧୩ ଘରକୁ ଏଣ୍ଟ୍ରି କରିଥିଲେ ବଲିଉଡ୍‌ ନିର୍ଦ୍ଦେଶକ ରୋହିତ ସେଟ୍ଟୀ। ସେ ଉଭୟଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ପରିସ୍ଥିତି ବଦଳି ନ ଥିଲା। ବସ୍‌ ସଲମାନ ଖାନ୍‌ ଅଚାନକ ଏଣ୍ଟ୍ରି ମାରିବା ପରେ ରୋଷେଇ ଘର ଏବଂ ଟଏଲେଟ ଅପରିଷ୍କାର ପଡିଥିବା ଦେଖି ସେ ସମସ୍ତ ପ୍ରତିଯୋଗୀଙ୍କୁ ବାହାର କରି ନିଜେ ରୋଷେଇ ଘର ଏବଂ ଟଏଲେଟ୍‌ ସଫା କରିଥିଲେ। ଏହାପରେ ଗୋଟି ଗୋଟି ପ୍ରତିଯୋଗୀଙ୍କ କ୍ଲାସ୍‌ ନେଇଥିଲେ।

Share