Categories: ଫୁରସତ

ଟଏଲେଟ୍‌ ସିଟ୍‌ରେ ତିଆରି ଗୋଲାପ କଷ୍ଟ୍ୟୁମ

ଫୁଲ ଭିତରେ ଗୋଲାପର ସୌନ୍ଦର୍ଯ୍ୟ ଓ ଆକର୍ଷଣ ଭିନ୍ନ। ସେଇଥିପାଇଁ ବୋଧେ ଜେନେଭା କୋଲିୟର ନାମ୍ନୀ ମହିଳା ତିଆରି କରିଛନ୍ତି ଏକ ଆକର୍ଷକ ରୋଜ୍‌ କଷ୍ଟ୍ୟୁମ୍‌ ବା ଗୋଲାପର ପୋଷାକ। ଉକ୍ତ କଷ୍ଟ୍ୟୁମକୁ ପିନ୍ଧି ଜେନେଭା ପୂରାପୂରି ଏକ ତାଜା ଗୋଲାପ ଫୁଲ ପରି ଦେଖାଯାଆନ୍ତି। ଏହି କଷ୍ଟ୍ୟୁମରେ ଥିବା ପାଖୁଡ଼ାଗୁଡ଼ିକ ଖୋଲିପାରେ ଓ ବନ୍ଦ ହୋଇପାରେ ମଧ୍ୟ। ତେବେ ଉକ୍ତ କଷ୍ଟ୍ୟୁମକୁ ସେ କେଉଁଥିରେ ତିଆରି କରିଛନ୍ତି, ଜାଣିଲେ ଆଶ୍ଚର୍ଯ୍ୟ ହେବେ। କଷ୍ଟ୍ୟୁମ ପାଇଁ ସେ ଫୋମ୍‌ ଓ ଟଏଲେଟ୍‌ ସିଟ୍‌ ବ୍ୟବହାର କରିଛନ୍ତି। ଏହାକୁ ତିଆରି କରିବା ପାଇଁ ତାଙ୍କୁ ୨୬ ଦିନ ଲାଗିଥିଲା।

Share