ଟକ୍‌ ବାଇକ୍‌ ମୁହାଁମୁହିଁ, ଜଣେ ମୃତ

କାଳିଆପାଣି,୧୨ା୯(ଡି.ଏନ୍‌.ଏ.): କାଳିଆପାଣି ଥାନା ଅନ୍ତର୍ଗତ କଂସ ଛକଠାରେ ବୁଧବାର ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ କଂସ ପଞ୍ଚାୟତର ଦୁର୍ଯ୍ୟୋଧନ ମୁର୍ମୁ (୩୪)। କାଳିଆପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଗାଡି ଦୁଇଟିକୁ ଜବତ କରିଛି। ଏଥିସହ ଏକ ମାମଲା (ନଂ. ୮୩/୧୯) ରୁଜୁକରି ମୃତଦେହ ବ୍ୟବଚ୍ଛେଦ ପାଇଁ ଦାନଗଦୀ ଡାକ୍ତରଖାନା ପଠାଇଥିବା ଏସ୍‌ଆଇ ବିଭୁତି ମହାପାତ୍ର କହିଛନ୍ତି। ପ୍ରକାଶ ଯେ, ଦୁର୍ଯ୍ୟେଧନ ସକାଳେ କମର୍ଦ୍ଧା ଖଣିରୁ କାର୍ଯ୍ୟସାରି କାଳିଆପାଣି- ଟମକା ରାସ୍ତାରେ ଘରକୁ ଫେରୁଥିଲେ। ଟମକା ଦିଗକୁ ଯାଉଥିବା ଏକ ଟ୍ରକ୍‌ ତାଙ୍କୁ ସାମ୍ନାପଟୁ ଧକ୍କା ଦେଇଥିଲା। ସେଠାରେ ଉପସ୍ଥିତଥିବା କେତେଜଣ ଲୋକେ ଉଦ୍ଧାରକରି ନିକଟସ୍ଥ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ଦୁର୍ଯ୍ୟୋଧନଙ୍କୁ ମୃତ ଘୋଷଣା କରିଥିଲେ।

Share