Categories: ଜାତୀୟ

ଟଙ୍କାଏରେ ହେବ ଅନ୍ତିମ ସଂସ୍କାର

ହାଇଦ୍ରାବାଦ୍‌,୨୨।୫: ପୂର୍ବରୁ ଟଙ୍କାଏରେ ଖାଦ୍ୟ ଯୋଜନା ଆରମ୍ଭ ହୋଇଥିଲା। ତେବେ ଏବେ ତେଲେଙ୍ଗାନାର କରିମ୍‌ନଗର ନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ଏକ ନିଆରା ଯୋଜନା। ଏହା ଦେଶରେ ପ୍ରଥମକରି ଆରମ୍ଭ ହୋଇଥିବା କୁହାଯାଉଛି। ଏଠାରେ ମୃତକଙ୍କ ଅନ୍ତିମ ସଂସ୍କାର କେବଳ ଟଙ୍କାଏରେ କରାଯିବ। ସମସ୍ତ ସମ୍ପ୍ରଦାୟ ପାଇଁ ଏହା ଲାଗୁ ହେବ ବୋଲି ନଗର ନିଗମ ମେୟର ଏସ୍‌.ରବୀନ୍ଦ୍ର ସିଂ ସୂଚନା ଦେଇଛନ୍ତି। ଏଥି ପାଇଁ ଏକ କୋଟି ୧୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଥିବା ମେୟର କହିଛନ୍ତି। ସେହିପରି ଏହି ଯୋଜନା ଅନ୍ତର୍ଗତ ପରମ୍ପରା ଅନୁସାରେ ଶ୍ରାଦ୍ଧ ଦିନ ମାତ୍ର ୫ ଟଙ୍କାରେ ୫୦ ଜଣଙ୍କୁ ଖାଦ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି।

Share