ଟଙ୍କା ଉଠାଇବା ପୂର୍ବରୁ ହାତକୁ ସାନଟାଇଜ କର: ବ୍ୟାଙ୍କ କର୍ତ୍ତୃପକ୍ଷ

ଶେରଗଡ଼, ୧୫।୪(ଡି.ଏନ୍‌.ଏ.): କରୋନା ଚିନ୍ତା ସମସ୍ତଙ୍କୁ ଘାରିଛି। ସରକାର ଦିନକୁ ଦିନ ନିୟମ କଡ଼ାକଡ଼ି କରୁଛନ୍ତି। ଏ ଦିଗରେ ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ନିୟମ କଡ଼ାକଡ଼ି କରିଛନ୍ତି। ଟଙ୍କା ଉଠାଇବା ପାଇଁ ବ୍ୟାଙ୍କରେ ଗ୍ରାହକଙ୍କ ଲମ୍ବା ଲାଇନ ଲାଗୁଛି। ତେବେ ହାତକୁ ସାନଟାଇଜ କଲେ ବ୍ୟାଙ୍କ କର୍ତ୍ତୃପକ୍ଷ ଟଙ୍କା ଦେବାକୁ ରାଜି ହେଉଛନ୍ତି। ଗଞ୍ଜାମ ଜିଲା ଶେରଗଡ଼ରେ ଏହି ନିୟମ ଗତ କିଛିଦିନ ହେଲା ଲାଗୁ ହୋଇଛି। ଶେରଗଡ଼ରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ, କେନ୍ଦ୍ର ସମବାୟ ବ୍ୟାଙ୍କ, ଆନ୍ଦ୍ର ବ୍ୟାଙ୍କ, ବଡ଼ ଦାଣ୍ଡ ସାହିସ୍ଥିତ ଗ୍ରାହକ ସେବାକେନ୍ଦ୍ର, ବାଇପାସସ୍ଥିତ ଗ୍ରାହକ ସେବାକେନ୍ଦ୍ର ଆଦି ସ୍ଥାନରେ ଏପରି ସାନିଟାଇଜ ବ୍ୟବସ୍ଥା କରାଯାଇଛି। ଗ୍ରାହକମାନେ ଧାଡିରେ ରହି ହାତକୁ ସାନିଟାଇଜ୍‌କରି ଟଙ୍କା ଉଠାଇବା ଓ ଜମା କରିବାକୁ ଯାଉଛନ୍ତି। ଏ ପ୍ରକାର ପଦକ୍ଷେପ ପାଇଁ ଅଞ୍ଚଳବାସୀ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି।

Share