Advertisement

ଟଙ୍କା ଉଠାଣ ପାଇଁ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ

ଦେବଗଡ଼,୧୫।୪(ଡି.ଏନ.ଏ.)-ବୁଧବାର ଦେବଗଡ଼ ସହରରେ ଥିବା ବିଭିନ୍ନ ବ୍ୟାଙ୍କରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା। କେନ୍ଦ୍ର ସରକାର ଜନଧନ ଜମା ଖାତାରେ ୫ଶହ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ସେହି ଟଙ୍କା ଉଠାଣ ପାଇଁ ବ୍ୟାଙ୍କ ପରିସରରୁ ରାସ୍ତା ପର୍ଯ୍ୟନ୍ତ ଲମ୍ବା ଧାଡ଼ି ଲାଗି ଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ, ଏହି ଗ୍ରାହକମାନେ ସାମାଜିକ ଦୂରତ୍ୱ ନିୟମକୁ ଉଲ୍ଲଂଘନ କରିଥିଲେ। ବିଶେଷ କରି ଷ୍ଟେଟ ବ୍ୟାଙ୍କ , ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ, ୟୁନିୟନ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ ପିଏନବି ସମ୍ମୁଖରେ ଜନଗହଳି ବଢିବାରୁୁ ପୋଲିସ ପହଞ୍ଚତ୍ ଲୋକମାନଙ୍କୁ ସଚେତନ କରିବା ସହ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ନିବେଦନ କରିଥିବା ଦେଖିବାକୁ ମିଳିଥିଲା ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share