ଟଙ୍କା ନ ଦେଲେ ପଞ୍ଜୀକରଣ ବନ୍ଦ

ନୟାଗଡ଼ ଅଫିସ,୧୯।୧୦: ଅଣସଙ୍ଗଠିତ ଶ୍ରମିକଙ୍କ ନାମ ପଞ୍ଜୀକରଣ ଓ ସେମାନଙ୍କୁ ମାଗଣାରେ ଫର୍ମ ଯୋଗାଇ ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି । ତେବେ ନୟାଗଡ଼ ଜିଲାରେ କୃଷି ଶ୍ରମିକଙ୍କ ନାମ ପଞ୍ଜୀକରଣ କରିବା ପାଇଁ ଜିଲା ଶ୍ରମ କାର୍ଯ୍ୟାଳୟକୁ ଆସିଲେ ୭୦୦ରୁ ୧୨୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ପୁଣି ଫର୍ମ କିଣିବାକୁ ୧୦ରୁ ୨୦ ଟଙ୍କା ପୃଥକ୍‌ ଭାବେ ଦେବାକୁ ହେଉଛି । ତଥାପି ଗୋଟିଏ ଦିନରେ ନାମ ପଞ୍ଜୀକରଣ ହୋଇ ପାରୁନାହିଁ ା ଏଥିପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ କୁହାଯାଉଛି। ଏଣୁ ଜିଲାରେ କୃଷି ଶ୍ରମିକଙ୍କ ପଞ୍ଜୀକରଣ ବଢ଼ି ପାରୁନାହିଁ । ପୁଣି ସଚେତନତାର ଅଭାବ ଯୋଗୁ ଅନେକ କୃଷି ଶ୍ରମିକ ସେମାନଙ୍କ ନାମ ପଞ୍ଜିକୃତ କରୁ ନାହାନ୍ତି । ଜିଲାରେ ୨୦୨୨ ଜୁଲାଇ ୩୧ ପର୍ଯ୍ୟନ୍ତ ମାତ୍ର ୧୩୮୫ ଜଣ କୃଷି ଶ୍ରମିକ ନାମ ପଞ୍ଜିକରଣ କରିଥିବା ସୂଚନା ମିଳିଛି ା
କୃଷି ପ୍ରଧାନ ଜିଲା ନୟାଗଡ଼ । ତେବେ ବନ୍ୟା, ବାତ୍ୟା ଓ ମରୁଡ଼ି କୃଷି ପାଇଁ ଏଠାରେ ବାଧକ ସାଜିଛି । ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ । ଧିରେ ଧିରେ ଚାଷ ପ୍ରତି ବିତସ୍ପୃହ ହୋଇ କୃଷକମାନେ ଚାଷ ଛାଡି ଅନ୍ୟ ଧନ୍ଦାକୁ ଆପଣେଇବାରେ ଲାଗିଛନ୍ତି। ତଥାପି ବହୁ ଲୋକ ଚାଷ କରୁଛନ୍ତି । ହେଲେ ସେମାନେ ନିଜେ ଜମିରେ କାମ କରି ନ ଥାନ୍ତି । ପାରିଶ୍ରମିକ ନେଇ କୃଷି ଶ୍ରମିକମାନେ ସେହି କାମ କରୁଛନ୍ତି। ମହିଳା କୃଷି ଶ୍ରମିକମାନେ ବି କାମ କରୁଛନ୍ତି ା
ସରକାର କୃଷି ଶ୍ରମିକଙ୍କୁ ଅଣସଙ୍ଗଠିତ ଶ୍ରମିକର ମାନ୍ୟତା ଦେଇ ସେମାନଙ୍କ ପାଇଁ ପଞ୍ଜୀକରଣ ବ୍ୟବସ୍ଥା କରିଛନ୍ତି । ହେଲେ ମାଗଣାରେ ଫର୍ମ ଓ ପଞ୍ଜୀକରଣ ପାଇଁ ବ୍ୟବସ୍ଥା ନାହିଁ । କେତେଜଣ ଦଲାଲ ଜିଲା ଶ୍ରମ କାର୍ଯ୍ୟାଳୟରେ ଧରାଧରି କରି କୃଷି ଶ୍ରମିକମାନଙ୍କୁ ଲୁଟି ଚାଲିଛନ୍ତି । ଦଲାଲମାନଙ୍କୁ ଜିଲା ଶ୍ରମ କାର୍ଯ୍ୟାଳୟ କର୍ମଚାରୀଙ୍କ ସହଯୋଗ ବି ମିଳୁଛି ା ଫଳରେ କୃଷି ଶ୍ରମିକମାନେ ଉପେକ୍ଷିତ ହୋଇ ଚାଲିଛନ୍ତି । ଜିଲା କୃଷି କାର୍ଯ୍ୟାଳୟରେ ମାଗଣାରେ ଫର୍ମ ଦିଆଯାଉ ନ ଥିବାରୁ ଦଲାଲମାନେ ଏହାର ଫାଇଦା ଉଠାଇ ଚାଲିଛନ୍ତି ବୋଲ ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ରାଜ୍ୟରେ ୧ ଲକ୍ଷ ୧୮ ହଜାର ୬୫୯ ଜଣ କୃଷି ଶ୍ରମିକଙ୍କ ନାମ ପଞ୍ଜୀକରଣ କରାଯାଇଛି ା ସେଥିରୁ ନୟାଗଡ଼ ଜିଲାରେ ମାତ୍ର ୧୩୮୫ ଜଣ ଅଛନ୍ତି ା ସବୁଠାରୁ ଅଧିକ କେନ୍ଦ୍ରାପଡ଼ା ଜିଲାରେ ୨୫ ହଜାର ୯୯ ଜଣଙ୍କ ନାମ ପଞ୍ଜୀକୃତ ହୋଇଥିବାବେଳେ ବଲାଙ୍ଗୀର ଜିଲାରେ କୌଣସି କୃଷି ଶ୍ରମିକଙ୍କ ନାମ ପଞ୍ଜୀକରଣ ଆଜି ପର୍ଯ୍ୟନ୍ତ ହୋଇନାହିଁ ା
ସେହିଭଳି ଝାରସୁଗୁଡ଼ାରେ ୭ଜଣ, ସୁନ୍ଦରଗଡ଼ରେ ୫୪୯, ସମ୍ବଲପୁରରେ ୫୬୯, ମୟୁରଭଞ୍ଜରେ ୬୩୬, ଖୋର୍ଦ୍ଧାରେ ୭୩୧, ଦେଓଗଡ଼ରେ ୮୩୪, ଅନୁଗୋଳରେ ୧୪୩୯, ବାଲେଶ୍ୱରରେ ୩୯୩୮, ଭଦ୍ରକରେ ୪୧୫୧, ବରଗଡ଼ରେ ୨୪୭୮, ବୌଦ୍ଧରେ ୧୦୨୨୩, ଛତ୍ରପୁରରେ ୨୬୧୩, କଟକରେ ୪୦୬୧, ଢ଼େଙ୍କାନାଳରେ ୧୦୯୨, ଗଜପତିରେ ୧୫୪୬, ଗଞ୍ଜାମରେ ୪୯୯୮, ଜଗତସିଂହପୁରରେ ୨୪୭୫, ଯାଜପୁରରେ ୨୯୭୧, କଳାହାଣ୍ଡିରେ ୧୩୩୫, କନ୍ଧମାଳରେ ୨୦୨୭, କେନ୍ଦୁଝରରେ ୨୭୧୭ କୋରାପୁଟରେ ୪୯୨୭, ମାଲାକାନାଗିରିରେ ୭୩୭୧, ନବରଙ୍ଗପୁରରେ ୧୦୯୪୦, ନୂଆପଡ଼ାରେ ୮୧୮୭, ପୁରୀରେ ୧୮୩୭, ରାୟଗଡ଼ାରେ ୩୮୨୭, ସୁବର୍ଣ୍ଣପୁରରେ ୨୫୮୮, ତାଳଚେରରେ ୧୧୦୮ଜଣ କୃଷି ଶ୍ରମିକଙ୍କ ନାମ ପଞ୍ଜୀକୃତ ହୋଇଛି ।
ଏନେଇ ନୂଆଗଁାର ରମାମଣି ମଲ୍ଲିକ କୁହନ୍ତି, ସରକାରୀ ଯୋଜନା ସମ୍ପର୍କରେ ଅନେକ କୃଷି ଶ୍ରମିକ ଜାଣି ନାହାନ୍ତି । ସେମାନଙ୍କୁ ସଚେତନ କରାଯାଉ ନାହିଁ । ଦଶପଲ୍ଲାର ଭମା ସାହୁ କୁହନ୍ତି, ମାଗଣା ପଞ୍ଜୀକରଣ ଓ ଫର୍ମ ଯୋଗାଣ କହି ୧ ହଜାରରୁ ୧୫ଶହ ଟଙ୍କା ଖର୍ଚ୍ଚ ହେଉଛି ।
ପୁଣି ଗୋଟିଏ ଦିନରେ ପଞ୍ଜୀକରଣ କରାଯାଉନାହିଁ । ସରକାରଙ୍କ କିଛି ସହାୟତା ନାହିଁ । ଓଡ଼ଗଁାର ଉଲ୍ଲାସ ପାତ୍ର କୁହନ୍ତି, ଆମ ଜାତିର ମହିଳାମାନେ କୃଷି ଶ୍ରମିକ ଭାବେ କାମ କରନ୍ତି । ହେଲେ ସେମାନଙ୍କ ନାମ ପଞ୍ଜୀକରଣ ନେଇ କେହି କେବେ କହି ନାହାନ୍ତି । ରଣପୁରର ବୁଢ଼ା ସ୍ବାଇଁ କୁହନ୍ତି, କୃଷି ଶ୍ରମିକମାନେ କାହିଁକି ପଞ୍ଜୀକରଣ କରୁ ନାହାନ୍ତି ତା’ର ସମୀକ୍ଷା ହେଉନି । ସମୀକ୍ଷା ହେଲେ ସେମାନେ କିପରି ଦଲାଲଙ୍କ ଦ୍ୱାରା ଲୁଟ୍‌ର ଶିକାର ହେଉଛନ୍ତି ତାହା ଜଣାପଡିବ । ଖାଲି ସରକାର ଯୋଜନା କରି ବାହାବା ନେଲେ କୃଷି ଶ୍ରମିକମାନେ ଉପକୃତ ହେବେ ନାହିଁ ବୋଲି ସେ କହିଛନ୍ତି । ଜିଲା ଶ୍ରମ ଅଧିକାରୀ ଶିବ ନାରାୟଣ ସାହୁ କୁହନ୍ତି, ମୁଁ ଅଳ୍ପ ଦିନ ହେଲା କାମରେ ଯୋଗ ଦେଇଛି ।
ନୟାଗଡ଼ରେ କୃଷି ଶ୍ରମିକଙ୍କ ନାମ ପଞ୍ଜୀକରଣ ଭଲ ନାହିଁ । କିପରି ଅଧିକ କୃଷି ଶ୍ରମିକଙ୍କ ନାମ ପଞ୍ଜୀକୃତ ହେବ ସେ ନେଇ ଶ୍ରମ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri