ଟଙ୍କା ସୁନା ଲୁଟି ନେଲେ ଦୁବୃର୍ତ୍ତ

ଉଦଳା,୧୪ା୯(ଡି.ଏନ.ଏ) – ଉଦଳା ଥାନା ଖମଣସାହି ଗ୍ରାମର ପ୍ରଫୁଲ୍ଲ ଚନ୍ଦ୍ର ବାଗଙ୍କ ଘରେ ଗୁରୁବାର ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ପଶି ନଗଦ ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି। ବିଳମ୍ବିତ ରାତିରେ ପ୍ରଫୁଲଙ୍କ ପରିବାର ଲୋକେ ଶୋଇଥିବା ବେଳେ ଦୁବୁର୍ତ୍ତମାନେ ତାଙ୍କ ଘରର ଛେଳି ଗୁହାଳ କବାଟ ଭାଙ୍ଗି ଘର ମଧ୍ୟରେ ପ୍ରବେଶ କରିଥିଲେ। ପ୍ରଫୁଲଙ୍କ ଦୁଇ ପୁଅଙ୍କ ଶୋଇବା ଘରର କବାଟ ବାହାର ପଟୁ ବନ୍ଦ କରିଦେଇଥିଲେ ା ପରେ ଅନ୍ୟ ଏକ ଘରେ ଥିବା ବାକ୍ସରୁ ୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ସମେତ ନଗଦ ୫୦ ହଜାର ଟଙ୍କା ଦୁବୁର୍ତ୍ତମାନେ ଲୁଟି ନେଇଥିଲେ ା ଖବରପାଇ ଶୁକ୍ରବାର ସକାଳେ ଉଦଳା ଥାନା ପୋଲିସ ପହଞ୍ଚତ୍ ସାଇଣ୍ଟିଫିକ୍‌ ଟିମ୍‌ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି ା