Categories: ଜାତୀୟ

ଟନେଲରେ ଫସିଥିବା ଶ୍ରମିକଙ୍କ ମଧ୍ୟରୁ ୩ ଅସୁସ୍ଥ

ଉତ୍ତରକାଶୀ,୨୫।୧୧: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ମଧ୍ୟରୁ ୩ ଜଣ ଅସୁସ୍ଥ ହୋଇପଡିଥିବା ଶନିବାର ଜଣାପଡିଛି। ଶ୍ରମିକମାନଙ୍କୁ ବଞ୍ଚାଇବା ପାଇଁ ଚାଲିଥିବା ଉଦ୍ଧାର କାର୍ଯ୍ୟର ତଦାରଖ ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଶନିବାର ସିଲକ୍ୟାରା ଟନେଲ ସ୍ଥାନରୁ ବାହାରିଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଟନେଲରେ ଫସି ରହିଥିବା ଶ୍ରମିକଙ୍କ ପ୍ରତି ପ୍ରଧାନମନ୍ତ୍ରୀ ମୋଦି ଅତ୍ୟନ୍ତ ସମ୍ବେଦନଶୀଳ। ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଦିନ ଶ୍ରମିକଙ୍କ କଲ୍ୟାଣ ଏବଂ ଟନେଲରେ ଚାଲିଥିବା ରିଲିଫ ଓ ଉଦ୍ଧାର କାର୍ଯ୍ୟ ବିଷୟରେ ବିସ୍ତୃତ ସୂଚନା ନେଉଛନ୍ତି। କେନ୍ଦ୍ରୀୟ ଏଜେନ୍ସି, ରାଜ୍ୟ ପ୍ରଶାସନ ଏବଂ ଆନ୍ତର୍ଜାତୀୟ ବିଶେଷଜ୍ଞଙ୍କ ଦଳ ସବୁ ବିକଳ୍ପ ଉପରେ କାର୍ଯ୍ୟ କରୁଛନ୍ତି, ଆମେ ଶୀଘ୍ର ଶ୍ରମିକ ଭାଇମାନଙ୍କୁ ନିରାପଦରେ ସ୍ଥାନାନ୍ତର କରିବାରେ ସଫଳ ହେବୁ।
ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଖୁବ ଶୀଘ୍ର ଏକ ପ୍ରେସ କନଫରେନ୍ସ କହିବେ।
ଟନେଲ ଭିତରେ ୩ଜଣ ଶ୍ରମିକଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିବା କୁହାଯାଉଛି। ଡାକ୍ତର ଏକ ପାଇପ ମାଧ୍ୟମରେ ଆବଶ୍ୟକ ଔଷଧ ଦେଇଥିଲେ, ତିନି ଶ୍ରମିକଙ୍କ ମୁଣ୍ଡବିନ୍ଧା, ବାନ୍ତି ଏବଂ ଛାତିରେ ଯନ୍ତ୍ରଣା ହେଉଥିବା ଅଭିଯୋଗ କରିଥିଲେ। କିଛି ଶ୍ରମିକ ଖାଇବା ବନ୍ଦ କରିଦେଲେ, ଶ୍ରମିକମାନେ ସକାଳୁ ଖାଇ ନାହାଁନ୍ତି, ସେମାନେ ଚାପ ଅନୁଭବ କରୁଛନ୍ତି, ସେମାନଙ୍କ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା କରିବା ସମୟରେ ଭାବପ୍ରବଣ ହୋଇଥିଲେ, ତୁରନ୍ତ ତିନିଜଣ ମାନସିକ ରୋଗ ବିଶେଷଜ୍ଞଙ୍କୁ ସେହି ସ୍ଥାନକୁ ପଠାଯାଇଛିା ଯେଉଁମାନେ ବର୍ତ୍ତମାନ ଶ୍ରମିକମାନଙ୍କ ସହ କଥା ହେବେ।

Share