ଟପ୍‌ରେ ବିଗ୍‌ ‘ବି’

ଅମିତାଭ ବଚ୍ଚନ ଓରଫ ବିଗ୍‌ ‘ବି’ଙ୍କ ଅଭିନୟ ଅନେକ କଳାକାରଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛି। କେବଳ ଜଣେ ନାମୀ ଅଭିନେତା ନୁହନ୍ତି, ଶୁଟିଂ ସେଟ୍‌ରେ ଠିକ୍‌ ସମୟରେ ପହଞ୍ଚତ୍ବା ତାଙ୍କର ଏକ ଅଭ୍ୟାସ। ସେ ଯେତେ ପୁରସ୍କାର ହାସଲ କରିଛନ୍ତି ତାହାକୁ ତାଲିକାଭୁକ୍ତ କଲେ ଲମ୍ବି ଲମ୍ବି ଯିବ। ବଲିଉଡ୍‌ର ଅନ୍ୟତମ ପୁରସ୍କାର ଭାବରେ ‘ଫିଲ୍ମ ଫେୟାର ଆଓ୍ବାର୍ଡ’ ପରିଗଣିତ। ଏହି ପୁରସ୍କାର ସର୍ବାଧିକ ଥର କିଏ ପାଇଛନ୍ତି ଜାଣନ୍ତି ? ଅମିତାଭ ଏପରି ପୁରସ୍କାର ସବୁଠାରୁ ଅଧିକ ୩୦ଥର ପାଇଛନ୍ତି। ତାଙ୍କ ପଛକୁ ଅଛନ୍ତି ଦିଲୀପ କୁମାର ଏବଂ ଶାହରୁଖ ଖାନ। ଏହି ଦୁଇଜଣ ଅଭିନେତା ପ୍ରତ୍ୟେକେ ଆଠଥର ଲେଖାଏ ଫିଲ୍ମ ଫେୟାର ପୁରସ୍କାର ହାସଲ କରିଛନ୍ତି।

Share