ଟପ୍‌ କ୍ୟାଡର ମାଓବାଦୀ ନେତା ପାପା ରାଓଙ୍କ ମୃତ୍ୟୁ ନେଇ ଚର୍ଚ୍ଚା

ମାଲକାନଗିରି, ୨୩ା୧(ସ୍ବ.ପ୍ର.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ସୁକମା ଅଞ୍ଚଳରେ ସର୍ବଦା ନିଜ ଆଧିପତ୍ୟା ଜାହିର ରଖିଥିବା ମୋଷ୍ଟ ଓ୍ବାଣ୍ଟେଡ ତଥା ଟପ କ୍ୟାଡର ମାଓବାଦୀ ନେତା ପାପା ରାଓଙ୍କ ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି। ଗତ କିଛିଦିନ ଧରି ପାପା ଅସୁସ୍ଥ ଥିଲେ। ଏଥିପାଇଁ ସେ ସଙ୍ଗଠନ ପାଇଁ କିଛି କାମ କରିପାରୁ ନ ଥିଲେ। ଦେହ ଖରାପ ହେବାରୁ ସେ ତାଙ୍କ ଶ୍ୱଶୁର ଘର ସରପଞ୍ଚପାରାକୁ ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି। ପାପା ମାଓବାଦୀ କ୍ୟାଡର ନେତା ରମାନ୍ନାଙ୍କ ଡାହାଣ ହାତ ଥିଲେ। ରାମାନ୍ନାଙ୍କ ମୃତ୍ୟୁ ପରେ ପାପାଙ୍କୁ ସଙ୍ଗଠନର ସବୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା ଅନେକ ବଡ ବଡ ହିଂସାକାଣ୍ଡର ମାଷ୍ଟର ମାଇଣ୍ଡ ଥିଲେ ପାପା।

Share