ଟିଭି ନଷ୍ଟ କଲେ ପାକିସ୍ତାନ ପ୍ରଶଂସକ

ମାଞ୍ଚେଷ୍ଟର,୧୭।୬- ସ୍ଥାନୀୟ ଓଲ୍ଡ ଟାଫୋର୍ଡଠାରେ ଭାରତୀୟ ଦଳ ବିଶ୍ୱକପ୍‌ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୮୯ ରନ୍‌ର ବୃହତ୍‌ ବ୍ୟବଧାନରେ ହରାଇ ଦେଇଛି। ବିଶ୍ୱକପ୍‌ ଇତିହାସରେ ଏହା ପାକିସ୍ତାନ ବିପକ୍ଷରେ ଟିମ୍‌ ଇଣ୍ଡିଆର କ୍ରମାଗତ ୭ମ ବିଜୟ। ଏହା ପାକିସ୍ତାନୀ ପ୍ରଶଂସକଙ୍କୁ ନିରାଶ କରିଛି। ଯାହାଫଳରେ ସେମାନେ ଟିଭି ଭାଙ୍ଗିଛନ୍ତି। ଦେଶର ବିଭିନ୍ନ ଅଞ୍ଚଳରେ ପ୍ରଶଂସକମାନେ ବଡ଼ ଏଲସିଡି ଟିଭି ଭାଙ୍ଗି ଥିବା ଖବର ଆସିଛି। ପାକିସ୍ତାନ ଦଳର ବିଜୟ ଆଶା କରି ବହୁ ପ୍ରଶଂସକ ମିଠା ଓ ଫୁଟାଇବା ଲାଗି ବାଣ କିଣିଥିଲେ। ହେଲେ ଦଳର ପରାଜୟ ପରେ ସେଗୁଡ଼ିକ ବେକାର ହୋଇଯାଇଥିଲା। ନିରାଶ ପାକିସ୍ତାନ ଦଳର ସମର୍ଥକ ମେନ ଇନ୍‌ ଗ୍ରୀନ ବିରୋଧରେ ସ୍ଲୋଗାନ ଦେଇଥିବା ସେଠାକାର ଗଣମାଧ୍ୟମରେ ପ୍ରକାଶ ପାଇଛି।

Share