ଟମ୍‌ ହଙ୍କ୍‌,ରିଟା ଓ୍ବିଲସନଙ୍କୁ କରୋନା ସଂକ୍ରମଣ

ଲସ୍‌ଏଞ୍ଜେଲସ୍‌,୧୨।୩: ହଲିଉଡ୍‌ ଅଭିନେତା ଟମ୍‌ ହଙ୍କ୍‌ ଏବଂ ତାଙ୍କ ସ୍ତ୍ରୀ ରିଟା ଓ୍ବିଲସନ୍‌ଙ୍କୁ କରୋନା ସଂକ୍ରମଣ ହୋଇଛି। ସେମାନଙ୍କ ନମୂନା ପରୀକ୍ଷାରୁ ଏହା ଜଣାପଡ଼ିଛି। ଅଷ୍ଟ୍ରେଲିଆରେ ହୋଇଥିବା ଏକ ପରୀକ୍ଷାରେ ଉଭୟ ଟମ୍‌ ଓ ରିଟାଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ସେମାନଙ୍କୁ ଜ୍ୱର ହୋଇଥିବା ଟମ୍‌ ଇନଷ୍ଟାଗ୍ରାମ୍‌ରେ ଜଣାଇଛନ୍ତି। ଏବେ ସେମାନଙ୍କୁ ଅଲଗା କରି ରଖାଯାଇଥିବା ଟମ୍‌ ସୂଚନା ଦେଇଛନ୍ତି। ଅଷ୍ଟ୍ରେଲିଆରେ ବାୟୋପିକ୍‌ ଫିଲ୍ମ ‘ଦି ଲାଇଫ୍‌ ଅଫ୍‌ ଇଲଭିସ୍‌ ପ୍ରିସ୍‌ଲେ’ର ଶୁଟିଂ କରୁଥିବା ସମୟରେ ଉଭୟଙ୍କୁ ଜ୍ୱର ହେବାରୁ ସେମାନଙ୍କ ନମୂନା ପରୀକ୍ଷା କରାଯାଇଥିଲା ବୋଲି ଟମ୍‌ ଜଣାଇଛନ୍ତି।

Share