Categories: ଖେଳ

ଟଲିଉଡ୍‌ ସୁପରଷ୍ଟାର ବିକ୍ରମଙ୍କ ଫଲ୍ମରେ ଇର୍ଫାନ

ହାଇଦ୍ରାବାଦ୍‌,୧୬।୧୦- ପୂର୍ବତନ ଅଲରାଉଣ୍ଡର ଇର୍ଫାନ ପଠାନ ଏବେ କ୍ୟାରିୟରର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଥିବା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଦକ୍ଷିଣ ଭାରତୀୟ ସୁପରଷ୍ଟାର ବିକ୍ରମଙ୍କ ସହ ଫିଲ୍ମରେ ସେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେବେ ଅଜୟ ଗନାନାମୁଥୁ। ପଠାନ ନିଜ ଭୂମିକା ସମ୍ପର୍କରେ କିଛି ସ୍ପଷ୍ଟ କରି ନାହାନ୍ତି। କିନ୍ତୁ ଏକ ଭିଡିଓ ପୋଷ୍ଟ କରି କ୍ୟାପଶନରେ ଲେଖିଛନ୍ତି, ନୂଆ ଚ୍ୟାଲେଞ୍ଜ ପାଇଁ ଅପେକ୍ଷା କରିଛି। ସେ ୨୦୧୨ଠାରୁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିନାହାନ୍ତି। ଇର୍ଫାନ ୨୦୧୨, ଅକ୍ଟୋବର ୨ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ହରଭଜନ ସିଂଙ୍କ ପରେ ଇର୍ଫାନ ଦ୍ୱିତୀୟ ଭାରତୀୟ ବୋଲର ଭାବେ ଟେଷ୍ଟରେ ହ୍ୟାଟ୍ରିକ ଉଇକେଟ ନେଇଥିଲେ। ପଠାନ ୨୯ ଟେଷ୍ଟରେ ୧୦୦ ଉଇକେଟ ନେବା ସହ ୧,୧୦୫ ରନ୍‌ କରିଥିଲେ। ୧୦୨ ଦିନିକିଆ ଓ ୨୪ ଟି୨୦ ମ୍ୟାଚ୍‌ରେ ଯଥାକ୍ରମେ ୧୭୩ ଓ ୨୮ ଉଇକେଟ ହାତେଇଥିଲେ। ସୂଚନାଥାଉ କି, ଇର୍ଫାନ ଏବେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ୍‌ର ବିଶେଷଜ୍ଞ ପ୍ୟାନେଲର ସଦସ୍ୟ ଅଛନ୍ତି।

Share