Categories: ଖେଳ

ଟସ୍‌ ଜିତିଲା ଅଷ୍ଟ୍ରେଲିଆ: ପ୍ରଥମେ ବ୍ୟାଟିଂ କରିବ ଭାରତ

ରାଜକୋଟ,୧୭।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ରାଜକୋଟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଆରମ୍ଭ ହୋଇଛି। ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମରେ ଖେଳାଯାଉଥିବା ଥିବା ଏହି ମ୍ୟାଚରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଅର୍ଥାତ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ। ରାତି ବେଳା କାକର ପଡିବାର ଆଶଙ୍କା ଥିବାରୁ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ମଧ୍ୟ ଟସ ଜିତିଥିଲେ ପ୍ରଥମେ ବୋଲିଂ କରିଥାନ୍ତେ ବୋଲି କହିଛନ୍ତି। ମୁମ୍ବାଇରେ ପ୍ରଥମ ଦିନିକିଆରେ ୧୦ ଉଇକେଟରେ ଲଜ୍ଜାଜନକ ଭାବେ ପରାସ୍ତ ହୋଇଥିବା ଭାରତ ୩ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ୧-୦ରେ ପଛରେ ପଡିଛି। ଫଳରେ ଭାରତ ବିଜୟୀ ହେବା ଅପରିହାର୍ଯ୍ୟ ହୋଇପଡିଛି।

Share