Categories: ଖେଳ

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବ ଭାରତ

ମାଞ୍ଚେଷ୍ଟର, ୨୭।୬:ଚଳିତ ବିଶ୍ୱକପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ତା’ର ଷଷ୍ଠ ଲିଗ ପର୍ଯ୍ୟାୟ ମ୍ୟାଚରେ ଗୁରୁବାର ଓ୍ବେଷ୍ଟଇଣ୍ଡିଜକୁ ଭେଟିଛି। ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଭାରତୀୟ ଦଳ ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଓଲ୍ଡ ଟ୍ରାଫର୍ଡରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତ ବିଜୟୀ ହେଲେ ସେମିଫାଇନାଲର ନିକଟତର ହେବ। ସୂଚନାଯୋଗ୍ୟ, ଭାରତ ୫ଟି ମ୍ୟାଚରୁ ୪ଟି ବିଜୟ ସହ ୯ ପଏଣ୍ଟ ପାଇ ଟେବୁଲର ତୃତୀୟ ସ୍ଥାନରେ ରହିଛି। ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଯାଇଥିଲା।

Share