Categories: ଖେଳ

ଟସ୍‌ ପୂର୍ବରୁ ପାରାଟ୍ରୁପର୍ସ ଯୋଜନା ବାତିଲ

କୋଲକାତା,୨୨।୧୧- ବାଂଲାଦେଶ ଓ ଭାରତ ମଧ୍ୟରେ ଐତିହାସିକ ଦିବାରାତ୍ର ଟେଷ୍ଟ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚ୍‌ରେ ଟସ୍‌ ପଡ଼ିବା ପୂର୍ବରୁ ହେଲିକ୍ୟାପଟର ଉଡୁଥିବାବେଳେ ଯବାନମାନେ ଗ୍ରାଉଣ୍ଡରେ ଓହ୍ଲାଇ ଉଭୟ ଦଳର ଅଧିନାୟକଙ୍କୁ ବଲ ଦେବାର ଯୋଜନା ଥିଲା। ମାତ୍ର ସୁରକ୍ଷା ଜନିତ ସମସ୍ୟା ଯୋଗୁ କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲ (ସିଏବି)କୁ ଏ ନେଇ ଅନୁମତି ମିଳି ନ ଥିଲା। ଏଥିଯୋଗୁ ସିଏବିକୁ ବାଧ୍ୟ ହୋଇ ଯୋଜନାକୁ ବାତିଲ କରିଛି। ସେହିଭଳି ମ୍ୟାଚ୍‌ରେ ଗୃହ ମନ୍ତ୍ରୀ ଅମିତ ଶାହ ଅତିଥି ଭାବେ ଯୋଗଦେବା ଥିଲା। ମାତ୍ର ଏହା ମଧ୍ୟ ବାତିଲ ହୋଇଛି। ଏଣୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ପଶ୍ଚିମବଙ୍ଗ ମମତା ବାନାର୍ଜୀ ଦେଶର ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଉଦ୍‌ଘାଟନ କରିଥିଲେ।

Share