Categories: ଖେଳ

ଟସ୍‌ ଜିତିଲା ଆରସିବି

ବେଙ୍ଗାଲୁରୁ,୨।୪: ଆଇପିଏଲର ପଞ୍ଚମ ମ୍ୟାଚରେ ପାଞ୍ଚ ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଭେଟୁଛି। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଆରସିବି ଅଧିନାୟକ ଫାଫ ଡୁପ୍ଲେସିସ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଆରସିବି ଫାଫ ଡୁପଲେସିସଙ୍କ ବ୍ୟତୀତ ଗ୍ଲେନ ମ୍ୟାକ୍ସୱେଲ, ରିସ ଟୋପଲି ଏବଂ ମାଇକେଲ ବ୍ରେସୱେଲଙ୍କୁ ଚାରିଜଣ ବିଦେଶୀ ଖେଳାଳି ଭାବେ ସାମିଲ କରିଛି। ଏଥି ସହିତ ରୋହିତ ଶର୍ମା ଜୋଫ୍ରା ଆର୍ଚର, ଜେସନ ବେହେରେଣ୍ଡର୍ଫ, ଟିମ ଡେଭିଡ ଏବଂ କାମେରନ ଗ୍ରୀନଙ୍କୁ ଚୟନ କରିଛନ୍ତି।
ଏହି ସିଜନରେ ପ୍ରଥମ ଥର ପାଇଁ ଭାରତର ଦୁଇଜଣ କିମ୍ବଦନ୍ତୀ କ୍ରିକେଟର ରୋହିତ ଶର୍ମା ଏବଂ ବିରାଟ କୋହଲି ମୁହାଁମୁହିଁ ହେବେ।

Share