ଟାଇଗର ଶ୍ରଫ୍‌ଙ୍କ ନାମ କିପରି ଦିଆଗଲା କହିଲେ ଜ୍ୟାକି

ମୁମ୍ବାଇ: ବାଗି-୩ରେ ପିତା ଜ୍ୟାକି ଶ୍ରଫ୍‌ଙ୍କ ସହିତ ଟାଇଗର ଶ୍ରଫ୍‌ ଅଭିନୟ କରିଛନ୍ତି। ଏକ ସାକ୍ଷାତ୍‌କାରରେ ଟାଇଗରଙ୍କ ନାମ ଏଭଳି କିପରି ଦିଆଯାଇଥିଲା ସେ ନେଇ ଜ୍ୟାକି ପ୍ରକାଶ କରିଛନ୍ତି। ପିଲାଦିନେ ଟାଇଗର ଜ୍ୟାକିଙ୍କ ମୁହଁକୁ ନଖରେ ରାମ୍ପୁଡ଼ି ଦେଉଥିଲେ। ତେଣୁ ତାଙ୍କ ନାମ ଟାଇଗର ରଖିବା ପାଇଁ ଠିକ କରାଯାଇଥିଲା। ଟାଇଗର ପିଲାଦିନେ ଅତି ଶାନ୍ତ ସ୍ବଭାବରେ ଥିଲେ। ଦିନ ସାରା ଖେଳକୁଦରେ ମଜ୍ଜି ରହିବା ସହିତ ମନକୁ ମନ କିଛି ଚିନ୍ତା ମଧ୍ୟ କରୁଥିଲେ। ଏବେ ମଧ୍ୟ ଚୁପ୍‌ଚାପ୍‌ ବସି ଚିନ୍ତା କରିବା ସ୍ବଭାବ ଟାଇଗରଙ୍କର ରହିଥିବା ଜ୍ୟାକି କହିଛନ୍ତି।

Share