Categories: ଫୁରସତ

ଟାଇଟନ୍‌କୁ ଯିବ ରୋଟରକ୍ରାଫ୍ଟ

ପୃଥିବୀରେ ଜୀବ ଜଗତ ଆରମ୍ଭ ହେବା ସମୟରେ ଯେଭଳି ବାୟୁମଣ୍ଡଳ ଥିଲା ତାହା ସେଠାରେ ରହିଛି ବୋଲି ନାସାର ଗବେଷକମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଗବେଷକମାନେ ଟାଇଟନ୍‌କୁ ଏକ ଯାନ ପଠାଇବାର ଯୋଜନା କରିଛନ୍ତି ଯାହାର ୮ଟି ରୋଟର ରହିବ ଓ ଏହା ଏକ ବଡ ଡ୍ରୋନ ଭଳି ଉଡିପାରିବ। ଏହାକୁ ନାସାର ଡ୍ରଗନଫ୍ଲାଏ ମିଶନ କୁହାଯାଉଛି। ଏହି ମିଶନରେ ୨୦୨୬ରେ ଯାନ ପ୍ରେରଣ କରାଯିବ ଓ ତାହା ୨୦୩୪ରେ ଟାଇଟନ୍‌ରେ ପହଞ୍ଚତ୍ବ। ଏହି ରୋଟରକ୍ରାଫ୍ଟଟି ଟାଇଟନ୍‌ର ପ୍ରାୟ ଏକ ଡଜନରୁ ଊର୍ଦ୍ଧ୍ୱ ଅଞ୍ଚଳରେ ୧୭୫ କିଲୋମିଟର ଉଡି ତଥ୍ୟ ସଂଗ୍ରହ କରିବ। ଯାନଟି ଟାଇଟନ୍‌ର ପୃଷ୍ଠ, ନଦୀ, ଝରଣା ଓ ସମୁଦ୍ରରେ ଥିବା ତରଳ ପଦାର୍ଥ ଏବଂ ବାୟୁମଣ୍ଡଳ ଉପରେ ଅନୁଧ୍ୟାନ କରିବ। ଏହା ମଧ୍ୟ ସେଠାକାର ରାସାୟନିକ ପରିବର୍ତ୍ତନକୁ ଅନୁଧ୍ୟାନ କରିବ। ଟାଇଟନ୍‌ର ବାୟୁମଣ୍ଡଳରେ ଉଦ୍‌ଜାନ ଭରି ରହିଛି। ସେଠାେରେ ମିଥେନ ବାଦଲରୁ ମିଥେନ ବର୍ଷା ହୁଏ। ଏହାର ପୃଷ୍ଠଦେଶର ତାପମାତ୍ରା-୧୭୯ ଡିଗ୍ରୀ ସେଲସିୟସ। ଫୃଷ୍ଠଭୂମିର ଚାପ ପୃଥିବୀଠାରୁ ୫୦ଗୁଣ ଅଧିକ।

Share