ଟାଇଟାନିକର ଭଗ୍ନାବଶେଷ ଦେଖାଇବାକୁ ଯାଇଥିବା ବୁଡା ଜାହାଜ ୫ ଦିନ ହେବ ନିଖୋଜ, ୪ ଘଣ୍ଟା ପାଇଁ ରହିଛି ଅକ୍ସିଜେନ

ଲଣ୍ଡନ,୨୨।୬: ଟାଇଟାନିକର ଭଗ୍ନାବଶେଷକୁ ଦେଖାଇବାକୁ ଯାଇଥିବା ବୁଡାଜାହାଜ ଉତ୍ତର ଆଟଲାଣ୍ଟିକରେ ବୁଡି ଯାଇଥିବା ସୂଚନା ମିଳିଛି। ରବିବାରଠାରୁ ଏହାର କୌଣସି ସନ୍ଧାନ ମିଳି ନାହିଁ। ଚିନ୍ତାର ବିଷୟ ହେଉଛି ବୁଡାଜାହାଜରେ ଥିବା ୫ ଜଣଙ୍କ ଲାଗି ମାତ୍ର ୪ ଘଣ୍ଟା ପାଇଁ ଅକ୍ସିଜେନ ବାକି ରହିଛି। କାନାଡାର କୋଷ୍ଟଗାର୍ଡ ଲଗାତାର ଏହି ବୁଡାଜାହାଜର ସନ୍ଧାନ ପାଇଁ ଚେଷ୍ଟା ଚଳାଇଛି। ଗୋଟିଏ ଦିନ ପୂର୍ବରୁ ଜଣାପଡିଥିଲା କି କାନାଡାର କୋଷ୍ଟ ଗାର୍ଡ ବାହନ ସମୁଦ୍ର ଭିତରୁ କିଛି ଶବ୍ଦ ଶୁଣିବାକୁ ପାଇଥିଲେ। ଆଶା କରାଯାଉଛି କି ଏମାନଙ୍କୁ ଉଦ୍ଧାର କରାଯାଇପାରେ।

Share