Categories: ଜାତୀୟ

ଟାଇଟାନିକ ଜାହାଜ କ୍ୟାପଟେନ୍‌ଙ୍କ ଭଳି ହର୍ଷବର୍ଦ୍ଧନ ଦେଉଛନ୍ତି ଆଶ୍ୱାସନା: ରାହୁଲ

ନୂଆଦିଲ୍ଲୀ,୫।୩: ଭାରତରେ କରୋନା ସଂକ୍ରମଣ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହାକୁ ଭୟ ନ କରି ସତର୍କ ରହିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି। ଲୋକଙ୍କୁ ଅଯଥା ଚିନ୍ତା ନ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି। ତେବେ ଏସବୁ ବୁଡ଼ିବାକୁ ଯାଉଥିବା ଟାଇଟାନିକ ଜାହାଜର କ୍ୟାପଟେନ୍‌ଙ୍କ ମନ୍ତବ୍ୟ ଭଳି ମନେ ହେଉଛି ବୋଲି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ କହିଛନ୍ତି। ଏଭଳି କହି ରାହୁଲ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କୁ ଟାଗେର୍ଟ କରିଛନ୍ତି। ଟାଇଟାନିକ ଜାହାଜର କ୍ୟାପଟେନ ଯାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ଚିନ୍ତା କରନ୍ତୁ ନାହିଁ, ଜାହାଜ ବୁଡ଼ିକ ନାହିଁ। ମାତ୍ର ଏହା ବୃଥା ସାବ୍ୟସ୍ତ ହୋଇଥିଲା। ସେହିପରି ହର୍ଷବର୍ଦ୍ଧନ ଲୋକଙ୍କୁ ମିଛରେ ଭୁଆଁ ବୁଲାଉଥିବା ରାହୁଲ ଅଭିଯୋଗ କରିଛନ୍ତି।

Share