ଭୁବନେଶ୍ୱର,୧୭-୧୦: ଟାଇଟାନ ରାଗାର ନୂଆ ଫେସେଟ୍ସ କଲେକ୍ସନ ବଜାରକୁ ଆସିଛି। ଅତ୍ୟାଧୁନିକ ଭାରତୀୟ ମହିଳା ଏବଂ ସେମାନଙ୍କ ବ୍ୟକ୍ତିତ୍ୱକୁ ଧ୍ୟାନରେ ରଖି କମ୍ପାନୀ ଏହି କଲେକ୍ସନ ବଜାରକୁ ଛାଡିଛି। ଏଥିରେ ଅତ୍ୟାଧୁନିକ ଡିଜାଇନ, କାରିଗରି ଗ୍ରାହକ ଲାଭ କରିପାରିବେ। ଏଥିରେ ରହିଛି ୧୨ ନୂଆ ଘଣ୍ଟାର କଲେକ୍ସନ। ଡିଜାଇନଗୁଡିକ ମଧ୍ୟରେ ରହିଛି ସ୍ବରଭସ୍କି କ୍ରିଷ୍ଟାଲ୍ସ, ମଦର ଅଫ୍ ପର୍ଲ, ରୋଜ ଗୋଲ୍ଡ ପ୍ଲେଟିଂ । ଏହାବାଦ ଡାଏଲ, ଷ୍ଟ୍ରାପ ଏବଂ ବିଭିନ୍ନ ଜ୍ୟାମିତି ଫର୍ମର ଗଢଣ ଗ୍ରାହକ ଲାଭ କରିପାରିବେ। କଲେକ୍ସନଗୁଡ଼ିକ ଗ୍ରାହକ ଓ୍ବାର୍ଲଡ ଅଫ ଟାଇଟାନ ଷ୍ଟୋର, ହିଲିୟସ, ପ୍ରମୁଖ ଡିପାର୍ଟମେଣ୍ଟାଲ ଷ୍ଟୋର, ଅନଲାଇନ ଷ୍ଟୋର, ଅଧିକୃତ ଡିଲରଶିପରେ ପାଇପାରିବେ। କଲେକ୍ସନଗୁଡିକ ୫୪୯୫ ଟଙ୍କାରୁ ୧୫,୯୯୫ ଟଙ୍କା ରହିଛି। ଗ୍ରାହକଙ୍କ ଚାହିଦାକୁ ଧ୍ୟାନରେ ରଖି ନୂଆ କଲେକ୍ସନଗୁଡିକ ବଜାରକୁ ଆସିଥିବା ଟାଇଟାନ ଓ୍ବାଚେସର ମାର୍କେଟିଂ ମୁଖ୍ୟ କନଓ୍ବାଲପ୍ରତି ଓ୍ବାଲିଆ କହିଛନ୍ତି।