ଟାଇପ-୧ ଡାଇବେଟିସ୍‌ ପାଇଁ ରୋଟାଭାଇରସ ଇନ୍‌ଫେକ୍‌ଶନ ଦାୟୀ

ଡାଇବେଟିସ୍‌ ଏବେ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି। ଆମ ଦେଶରେ ଏହି ରୋଗୀଙ୍କ ସଂଖ୍ୟା ଏପରି ବଢ଼ି ଚାଲିଛି ଯେ, ଭାରତକୁ ‘ଡାଇବେଟିସ୍‌ର ରାଜଧାନୀ’ (କ୍ୟାପିଟାଲ ଅଫ୍‌ ଡାଇବେଟିସ୍‌) ଭାବରେ ଅଭିହିତ କରାଯାଉଛି। ସାଧାରଣତଃ ଡାଇବେଟିସ୍‌ ଦୁଇ ପ୍ରକାର : ଟାଇପ-୧, ଟାଇପ-୨। ନିକଟରେ ଅଷ୍ଟ୍ରେଲିଆସ୍ଥିତ ମେଲ୍‌ବୋର୍ନ ୟୁନିଭର୍ସିଟିର ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ସର୍ଭେରୁ ଜଣାପଡ଼ିଛି ଯେ, ରୋଟାଭାଇରସ ଇନ୍‌ଫେକ୍‌ଶନ ମଧ୍ୟ ଟାଇପ-୧ ଡାଇବେଟିସ୍‌ ପାଇଁ ଦାୟୀ। ଏପରି ଇନ୍‌ଫେକ୍‌ଶନକୁ କମାଇବା ପାଇଁ ଟିକାକରଣ ବ୍ୟବସ୍ଥା ରହିବା ଦ୍ୱାରା ଏପରି ଆଶଙ୍କା କେତେକାଂଶରେ କମ୍‌ ରହିଛି ବୋଲି ସେମାନେ ପ୍ରକାଶ କରିଛନ୍ତି। ସେମାନେ କେତେଜଣ ଟାଇପ-୧ ଡାଇବେଟିସ୍‌ ରୋଗୀଙ୍କ ଉପରେ ତର୍ଜମା କରିବା ସମୟରେ ଏପରି ତଥ୍ୟ ଜଣାପଡ଼ିଥିଲା।