ଟାଇଫଏଡ୍ ଏକ ବିପଦଜନକ ଜ୍ୱର। ଏପରି ସ୍ଥିତିରେ କିଛି ବିଶେଷ କଥା ଉପରେ ଧ୍ୟାନ ରଖିଲେ ନା କେବଳ ଏଥିରୁ ରକ୍ଷା ପାଇ ପାରିବେ, ଏହାର ପ୍ରଭାବକୁ ମଧ୍ୟ କମେଇପାରିବେ।
ଟାଇଫଏଡ୍ରୁ ରକ୍ଷା ପାଇବା ପାଇଁ କିଛି ଘରୋଇ ଉପାୟ ଅନୁସରଣ କରିପାରିବେ। ତୁଳସୀ ଓ ଗୋଲମରିଚକୁ ଏକ ସମୟରେ ଖାଇଲେ ଉପଶମ ମିଳିଥାଏ। ଏହି ଜ୍ୱର ପାଇଁ ଗାଜର ରସ ମଧ୍ୟ ଉପାଦେୟ। ପ୍ରତ୍ୟେକ ଦିନ ଅଦା ଓ ସେଓର ଜୁସ୍ ପିଇବା ଦ୍ୱାରା ଏହାର ସଂକ୍ରମଣ କମ୍ ହୋଇଥାଏ। ଏକ କପ୍ ଗରମ ପାଣିରେ ୨-୩ ଚାମଚ ମହୁ ମିଶାଇ ପିଅନ୍ତୁ। ମହୁ ଦ୍ୱାରା ଟାଇଫଏଡ୍ର ବ୍ୟାକ୍ଟେରିଆ ମରିଥାନ୍ତି। ପୋଦିନା ପତ୍ର ଓ ଅଦାର ଜୁସ୍ ପିଇବା ଦ୍ୱାରା ଜ୍ୱର କମିଥାଏ। ପାଣିରେ ଲବଙ୍ଗକୁ ଫୁଟାଇ ସେହି ପାଣିକୁ ପ୍ରତ୍ୟେକ ଦିନ ପିଅନ୍ତୁ। ଏହା ଦ୍ୱାରା ସଂକ୍ରମଣ କମିଥାଏ। ଗାଈ କ୍ଷୀର ପିଇବା ମଧ୍ୟ ଉପକାରୀ।