ଟାଇଫୁନ୍‌ ‘ଲେକିମା’ ତାଣ୍ଡବ: ୧୦ ଲକ୍ଷ ଲୋକ ସ୍ଥାନାନ୍ତର

ବେଜିଂ,୧୦।୮: ଚାଇନାରେ ଟାଇଫୁନ୍‌ ‘ଲେକିମା’ ତାଣ୍ଡବ ରଚିଛି। ସ୍ଥାନୀୟ ପୂର୍ବ ଉପକୂଳରେ ଦେଖାଦେଇଥିବା ଏହି ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ରେ ଇତିମଧ୍ୟରେ ୧୩ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏଥିରେ ୧୬ରୁ ଅଧିକ ନିଖୋଜ ଥିବା କୁହାଯାଉଛି। ସୁରକ୍ଷା ଦୃଷ୍ଟିରୁ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ସ୍ଥାନୀୟ ପ୍ରଶାସନ କହିଛି। ଏହି ସାମୁଦ୍ରିକ ଝଡ଼ ଶୁକ୍ରବାର ମଧ୍ୟରାତ୍ର ପରେ ଝେଜିଆଙ୍ଗ୍‌ର ଓ୍ବେନ୍‌ଲିଙ୍ଗ ସହରରେ ଲ୍ୟାଣ୍ଡ୍‌ଫଲ୍‌ କରିଥିଲା। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୮୭ କିଲୋମିଟର ଥିଲା। ଏଠାରେ ଥିବା ୨ଶହରୁ ଅଧିକ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ଅଣାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

Share