ଟାଇମ୍ସ୍‌ ଗ୍ଲୋବାଲ୍‌ ର଼୍ୟାଙ୍କିଂ: ଶ୍ରେଷ୍ଠ ୫ ଶହରେ ଜେଏନ୍‌ୟୁ-ଡିୟୁ

ଲଣ୍ଡନ,୩।୧୦: ଉଚ୍ଚ ଶିକ୍ଷା ପ୍ରଦାନ କରୁଥିବା ବିଶ୍ୱବିଦ୍ୟାଳୟଗୁଡ଼ିକର ଟାଇମ୍ସ୍‌ ଗ୍ଲୋବାଲ୍‌ ର଼୍ୟାଙ୍କିଂ ପ୍ରକାଶ ପାଇଛି। ଏଥିରେ ଶ୍ରେଷ୍ଠ ୫ଶହ ବିଶ୍ୱବିଦ୍ୟାଳୟ ତାଲିକାରେ ଭାରତର ଜେଏନ୍‌ୟୁ ଏବଂ ଡିୟୁ ବିଶ୍ୱବିଦ୍ୟାଳୟ ରହିଛି। ତେବେ ତାଲିକାର ପ୍ରଥମ ୩ ଶହ ତାଲିକାରେ କୌଣସି ଭାରତୀୟ ବିଶ୍ୱବିଦ୍ୟାଳୟ ନାହାନ୍ତି। ତାଲିକାର ପ୍ରଥମ ସ୍ଥାନରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଅଛି। ସେହିପରି ଚାଇନାର ପେକିଂ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ଶହେ ସ୍ଥାନ ମଧ୍ୟରେ ରହିଛି। ଲଣ୍ଡନସ୍ଥିତ ଏହି ଏଜେନ୍ସି ପକ୍ଷରୁ ପ୍ରକାଶ ପାଇଥିବା ଏହି ସର୍ଭେ ତାଲିକାରେ କୁହାଯାଇଛି ଯେ, ଭାରତର ଆଇଆଇଟି ଏବଂ ଆଇଆଇଏସ୍‌ସି ଉପରେ ଉଚ୍ଚ ଶିକ୍ଷା ପାଇଁ ଅଧିକ ଶିକ୍ଷାର୍ଥୀ ନିର୍ଭର କରିଥାନ୍ତି।

Share