Advertisement
Categories: ଜାତୀୟ

ଟାଇମ୍ସ୍‌ ମାଗାଜିନ୍‌ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ମୁକେଶ ଅମ୍ବାନୀ; ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ବି ସାମିଲ୍‌

ନୂଆଦିଲ୍ଲୀ,୧୮।୪: ଟାଇମ୍ସ୍‌ ମାଗାଜିନ୍‌ ପକ୍ଷରୁ ଶହେ ଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ନାମ ରହିଛି। ଏଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ନାମ ରହିଛି। ସେହିପରି ଅନ୍ୟମାନଙ୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ୍‌, ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌, ଭାରତୀୟ-ଆମେରିକା କମେଡିଆନ୍‌ ହସନ୍‌ ମିହ୍ନାଜ୍‌ଙ୍କ ନାମ ରହିଛି। ତାଲିକାରେ ଏଲ୍‌ଜିବିଟିୟୁ ଗ୍ରୁପ୍‌ ଅଧିକାରୀଙ୍କ ପାଇଁ ଲଢ଼ିଥିବା ଆଇନଜୀବୀ ଅରୁନ୍ଧତି କାଟଜୁ ଏବଂ ମେନକା ଗୁରୁସ୍ବାମୀଙ୍କ ନାମ ମଧ୍ୟ ରହିଛି। ଏହା ସହିତ ତାଲିକାରେ ଫେସବୁକ୍‌ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ନାମକୁ ସାମିଲ୍‌ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share