ଟାଇଲ୍‌ ଲଗାଇ ପ୍ରଧାନମନ୍ତ୍ରୀ ଯୋଜନାର ନାମ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର: ଭାଜପା

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଭାଜପା। ରାଜ୍ୟ ଭାଜପା ଉପସଭାପତି ସମୀର ମହାନ୍ତି ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାର ଟାଇଲ ଲଗାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାମ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି।

ସମୀର କହିଛନ୍ତି, ୨୦୧୯-୨୦ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫.୬୫ଲକ୍ଷ ଘର ନିର୍ମାଣ ଲକ୍ଷ୍ୟ ରହିଥିଲା। ହେଲେ ମାତ୍ର ୭୯,୮୨୯ଟି ଘର ହୋଇଛି। ଏଥିପାଇଁ ୫.୦୨୮ କୋଟି ଅନୁମୋଦନ ହୋଇଥିଲା। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ କରାଯାଇଥିବା ଘରେ ବିଜୁ ପକ୍କା ଘର ଲୋଗୋ ଟାଇଲ୍‌ ଲଗାଇବା ଉଦ୍ୟମ ଆରମ୍ଭ ହୋଇଛି। ଯାଜପୁର ପିଡିଡିଆଇଡିଏ କଣ୍ଟ୍ରାକ୍ଟରକୁ ଏନେଇ ଚିଠି କରାଯାଇଛି। ତୁରନ୍ତ ଏହାକୁ ପ୍ରତ୍ୟାହାର କରାଯାଉ ବୋଲି ସେ ଦାବି କରିଛନ୍ତି। ରାଜ୍ୟ ସରକାର ଟାଇଲ ଲଗାଇ ଯୋଜନା ପରିବର୍ତ୍ତନ କରି ନାଁ ନେବାକୁ ଚାହୁଁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

Share