ଟାଙ୍ଗିଆରେ ଆକ୍ରମଣ ଘଟଣାରେ ଜଣେ ଗିରଫ

ବୁଗୁଡ଼ା,୧୩ା୯(ଡି.ଏନ.ଏ.)-ବୁଗୁଡ଼ା ଥାନା ଡାକରାବାଡ଼ିରେ ଟାଙ୍ଗିଆରେ ଆକ୍ରମଣ କରିଥିବା ଘଟଣାରେ ପୋଲିସ ଶୁକ୍ରବାର ଜଣଙ୍କୁ କୋର୍ଟଚାଲାଣ କରିଛି। ଗିରଫ ଜଣକ ହେଲେ ଡାକରାବାଡ଼ି ଗ୍ରାମର ପରୀକ୍ଷିତ ସାହୁ। ଏ ନେଇ ବୁଗୁଡ଼ା ଥାନାରେ ନଂ. ୧୨୨/୧୯ରେ ଏକ ମାମଲା ରୁଜୁ ହୋଇଥିଲା। ଗତ ଜୁନ୍‌ ୨୨ ତାରିଖରେ ଡାକରାବାଡ଼ିର ଲକ୍ଷ୍ମଣ ଗୌଡ଼ଙ୍କୁ ପରୀକ୍ଷିତ ଗାଳିଗୁଲଜ କରିବା ସହ ଗୋଟିଏ ଟାଙ୍ଗିଆରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଫଳରେ ତାଙ୍କର ଗୋଟିଏ ଗୋଡ଼ରେ ଆଘାତ ଲାଗିଥିଲା। ଶୁକ୍ରବାର ସକାଳୁ ଖବର ପାଇ ଏଏସ୍‌ଆଇ ଯୁଧିଷ୍ଠିର ମହାଙ୍କୁଡ଼ ସଦଳବଳ ପରିକ୍ଷିତଙ୍କ ଘରେ ଚଢ଼ାଉ କରି ତାଙ୍କୁ ଧରିଥିଲେ ।