Categories: କନ୍ଧମାଳ

ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ସ୍ବାମୀ ଗିରଫ

ବାଲିଗୁଡା,୧୫ା୯(ଡି.ଏନ.ଏ.)-ବାଲିଗୁଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଶାସକ୍ତ ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ଶନିବାର ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ବାଲିଗୁଡ଼ା ଥାନା ସୁଡ୍ରା ପଞ୍ଚାୟତ କୁନାସାଲୁ ଗ୍ରାମର ମୁଞ୍ଜୁୁକା ମଳିକ ନିଶାସକ୍ତ ଅବସ୍ଥାରେ ତାଙ୍କ ସ୍ତ୍ରୀ ଲୁଦେଡିଙ୍କୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ପୋଲିସ ନଂ. ୧୧୪/୧୯ରେ ମାମଲା ରୁଜୁ କରି ମୁଞ୍ଜୁକାଙ୍କୁ ଗିରଫ କରିଛି।
ପ୍ରକାଶ ଯେ , ଅପରାହ୍ନରେ ପାରିବାରିକ କଳହକୁ କେନ୍ଦ୍ରକରି ମୁଞ୍ଜୁକା ଓ ଲୁଦେଡିଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଉଗ୍ରରୂପ ଧାରଣ କରିଥିଲା। ଏଥିରେ ନିଶାସକ୍ତ ମୁଞ୍ଜୁକା ରାଗିଯାଇ ନିକଟରେ ଥିବା ଏକ ଟାଙ୍ଗିଆରେ ଲୁମେଡିଙ୍କୁ ହାଣି ହତ୍ୟା କରିଥିଲେ। ଏହାଦେଖି ଗ୍ରାମବାସୀ ବାଲିଗୁଡ଼ା ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ମେଡିକାଲକୁ ପଠାଇଛି। ଟାଙ୍ଗିଆକୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି।