ଟାଙ୍ଗୀ(ଖୋର୍ଦ୍ଧା),୧୭।୮(ଡି.ଏନ.ଏ.)-ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ବନ ବିଭାଗ ସହଯୋଗରେ ଟାଙ୍ଗୀ ଗ୍ରାମ ନ୍ୟାୟାଳୟ ପ୍ରଥମ ଶ୍ରେଣୀ ବିଚାର ବିଭାଗ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମାଜିଷ୍ଟ୍ରେଟ ଶାଶ୍ୱତୀ ମହାପାତ୍ରଙ୍କ ନେତୃତ୍ୱରେ ପଥରବନ୍ଧ ନର୍ସରୀ ପରିସରରେ ସ୍ବାଧୀନତା ଦିବସ ପାଳନ ଅବସରରେ ଏହା ଆୟୋଜିତ ହୋଇଥିଲା। ବନାଞ୍ଚଳ ଅଧିକାରୀ ଅଜୟ କୁମାର ଜଗଦେବ, ପରିବେଶବିତ୍ ସନ୍ତୋଷ ଚନ୍ଦ୍ର କର, ଓକିଲ ସଂଘ ସଭାପତି ନକୁଳ ନାୟକ, ସମ୍ପାଦକ ସ୍ବସ୍ତିକ ରଥ, ଆଇନଜୀବୀ ଅନିଲ ପଟ୍ଟନାୟକ, ନିରଞ୍ଜନ ଦାସ, ହମିଦ୍ ମିରା, ଭାସ୍କର ପ୍ରସାଦ ମହାନ୍ତି, ପୀତବାସ ନାୟକ, ବନ କର୍ମଚାରୀ ଓ ଓକିଲ ସଂଘର ସଭ୍ୟମାନେ ଉପସ୍ଥିତ ଥିଲେ ।