ଟାଙ୍ଗୀ ଶାଳଗାଁ ନିକଟରେ ରେଳ ଦୁର୍ଘଟଣା

କଟକ ଅଫିସ୍‌,୧୬।୧: ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ ସହିତ ମାଲଗାଡି ଧକ୍କା ହୋଇଛି। ଗୁରୁବାର ସକାଳ ୭ଟାରେ କଟକର ଟାଙ୍ଗୀ ଶାଳଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏକ୍ସପ୍ରେସ ଟ୍ରେନର ୮ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୨୦ ଯାତ୍ରୀ ଆହତ ଓ ୫ଜଣ ଗୁରୁତର ଅଛନ୍ତି। ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ଆହତମାନଙ୍କୁ ଚିକିତ୍ସା ନିମନ୍ତେ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଘନ କୁହୁଡି ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ନେଇ ରେଳବାଇ ପକ୍ଷରୁ କୁହାଯାଇଛି। ଅପରପକ୍ଷେ ଟ୍ରେନରେ ଯାତ୍ରା କରୁଥିବା ସମ୍ପର୍କୀୟ ମାନଙ୍କ ପାଇଁ ରେଳ ବିଭାଗ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। କଟକ ନଂ-୦୬୭୧-୧୦୭୨, ଖୋର୍ଦ୍ଧା ରୋଡ ନଂ-୦୬୭୪-୧୦୭୨।

Share