ମୁମ୍ବାଇ,୨୦।୪: ଦେଶର ପ୍ରମୁଖ ଯାନ ନିର୍ମାତା ଟାଟା ମୋଟର୍ସ ପକ୍ଷରୁ କ୍ଲିକ୍ ଟୁ ଡ୍ରାଇଭ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହା ଦ୍ୱାରା ଗ୍ରାହକ ଏଣ୍ଡ ଟୁ ଏଣ୍ଡ ଅନ୍ଲାଇନ ବିକ୍ରି ଅଭିଜ୍ଞତା ଲାଭ କରିପାରିବେ। ଘରେ ବସି ଅନ୍ଲାଇନ କ୍ଲିକ୍ରେ ଗ୍ରାହକ ଟାଟା ମୋଟର୍ସର ବିଭିନ୍ନ ମଡେଲ କ୍ରୟ କରିବା ସୁବିଧା ପାଇବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। କମ୍ପାନୀର ଏହି ପ୍ଲାଟଫର୍ମକୁ ସାରା ଦେଶରେ ରହିଥିବା ୭୫୦ ଅଧିକୃତ ଡିଲରଶିପ ସହ ଯୋଡ଼ାଯାଇଛି। ଗ୍ରାହକ ଯାନ ବୁକିଂ କରିବା ପରେ ଯାନର ହୋମ୍ ଡେଲିଭରି କରିବା ସୁବିଧା ମଧ୍ୟ ରହିଛି। ଟାଟା ମୋଟର୍ସ ଓ୍ବେବ୍ସାଇଟକୁ ଯାଇ ଗ୍ରାହକ ଏହି ସୁବିଧା ପାଇପାରିବେ ବୋଲି ସୂଚନା ରହିଛି।