Categories: ବାଣିଜ୍ୟ

ଟାଟା ସନ୍ସ ମାମଲା ଶୁଣାଣି; ରାୟର ‘ବେଆଇନ ଶବ୍ଦ’ ସଂଶୋଧନ ଲାଗି ଆବେଦନ

ନୂଆଦିଲ୍ଲୀ,୨୪-୧୨: ନ୍ୟାଶନାଲ କମ୍ପାନୀ ଲ ଆପିଲେଟ ଟ୍ରିବ୍ୟୁନାଲ(ଏନ୍‌ସିଏଲଏଟି) ଟାଟା ସନ୍ସ ଏବଂ ସାଇରସ ମିସ୍ତ୍ରି ମାମଲାର ରାୟ ନିକଟରେ ଦେଇଛନ୍ତି। ଏହି ରାୟ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରିଙ୍କ ସପକ୍ଷରେ ରହିଥିଲା। ମିସ୍ତ୍ରିଙ୍କୁ ହଟାଇବା ବେଆଇନ ଥିଲା ବୋଲି ଆପିଲେଟ ଟ୍ରିବ୍ୟୁନାଲ ରାୟରେ କହିଥିଲେ। ଏହି ରାୟରେ ବ୍ୟବହାର କରାଯାଇଥିବା ବେଆଇନ ଶବ୍ଦ ପରିବର୍ତ୍ତନ ଲାଗି କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଏନ୍‌ସିଏଲ୍‌ଏଟିର ଦ୍ୱାରସ୍ଥ ହୋଇଛନ୍ତି। ଟାଟା ସନ୍ସ ମାମଲାରେ ଅର୍ଡରରେ କିଛି ପ୍ରସଙ୍ଗକୁ ପରିବର୍ତ୍ତନ କରିବା ଲାଗି କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ରେଜିଷ୍ଟ୍ରାର ଅଫ୍‌ କମ୍ପାନୀଜ(ଆର୍‌ଓସି) ପକ୍ଷରୁ ସୋମବାର ଏନ୍‌ସିଏଲ୍‌ଏଟିରେ ଆବେଦନ କରାଯାଇଛି। ଟାଟା ସନ୍ସକୁ ଏକ ପବ୍ଲିକ ଲିମିଟେଡ କମ୍ପାନୀରୁ ପ୍ରାଇଭେଟ ଲିମିଟେଡ ଲିମିଟେଡ କମ୍ପାନୀକୁ ପରିବର୍ତ୍ତନ ପ୍ରସଙ୍ଗକୁ ଟ୍ରିବ୍ୟୁନାଲ ବେଆଇନ କହିଥିଲେ। ଏହାର ସଂଶୋଧନ ଲାଗି ଆବେଦନରେ ଅନୁରୋଧ କରାଯାଇଛି।
ପ୍ରାଇଭେଟ ଲିମିଟେଡ କମ୍ପାନୀ ହେବା ଲାଗି ଟାଟା ସନ୍ସର ପ୍ରକ୍ରିୟା ବେଆଇନ ନ ଥିଲା ବୋଲି ଆର୍‌ଓସି ପକ୍ଷରୁ ଆବେଦନରେ କୁହାଯାଇଛି। ଏହା କହିଛି ଯେ, ସମସ୍ତ ପ୍ରକ୍ରିୟାକୁ ଆଇନଗତ ଭାବେ ମଞ୍ଜୁରୀ ପ୍ରଦାନ କରାଯାଇଛି। ଟାଟା ଏକ ପବ୍ଲିକ ଲିମିଟେଡ କମ୍ପାନୀ ହେବା ଲାଗି ଅଂଶୀଦାରମାନେ ୨୦୧୭ ସେପ୍ଟେମ୍ବରରେ ମଞ୍ଜୁରୀ ଦେଇଥିବା ଆବେଦନରେ କୁହାଯାଇଛି। ଏହା ପରେ ଆର୍‌ଓସି ଟାଟା ସନ୍ସକୁ ଘରୋଇ ଲିମିଟେଡ କମ୍ପାନୀ ଭାବେ ମଞ୍ଜୁରୀ ଦେଇଥିଲା। ସାଇରସ ମିସ୍ତ୍ରିଙ୍କ ପରିବାର ଏହି ପ୍ରକ୍ରିୟାର ବିରୋଧରେ ରହିଥିଲେ।

Share