Categories: ବାଣିଜ୍ୟ

ଟାରିଫ ବଢାଇବ ଜିଓ

ନୂଆଦିଲ୍ଲୀ,୨୦-୧୧: ଏୟାରେଟେଲ, ଭୋଡାଫୋନ-ଆଇଡିଆ ଲିମିଟେଡ ଡିସେମ୍ବର ୧ରୁ ଟାରିଫ ବଢାଇବା ନେଇ ଘୋଷଣା କରିବା ପରେ ମୁକେଶ ଅମ୍ବାନୀଙ୍କ ମାଲିକାନାରେ ପରିଚାଳିତ ରିଲାଏନ୍ସ ଜିଓ ମଧ୍ୟ ଏହାର ସେବା ମୂଲ୍ୟ ବଢାଇବାକୁ ନିଷ୍ପତ୍ତି ନେଇଛି। ଆସନ୍ତା କିଛି ସପ୍ତାହ ମଧ୍ୟରେ ଏନେଇ ନିଷ୍ପତ୍ତି ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ମାଗଣା ଭଏସ କଲ ଏବଂ ଶସ୍ତା ଡାଟା ପ୍ରଦାନ ଦ୍ୱାରା ମୋବାଇଲ ଶିଳ୍ପରେ ଜିଓ ଏକ କମ୍ପନ ସୃଷ୍ଟି କରିଥିଲା। ଇଣ୍ଟର ୟୁସେଜ ଚାର୍ଜ ଦେୟ ଜନିତ କ୍ଷତି ପୂରଣ ଲାଗି କମ୍ପାନୀ ଗତ ମାସରେ କଲ୍‌ ମୂଲ୍ୟ ଉପରେ ଚାର୍ଜ ଲାଗୁ କରିଥିବା ଜଣାପଡିଛି।

Share