Categories: ଜାତୀୟ

ଟାର୍ଗେଟରେ ଦିଲ୍ଲୀ: ଦୀପାବଳିରେ ୪ଶହ ସ୍ଥାନରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ

ନୂଆଦିଲ୍ଲୀ,୨୦।୧୦: ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ ରାଜଧାନୀ ଦିଲ୍ଲୀରେ ଏକ ବଡ ଆକ୍ରମଣ ଯୋଜନା କରୁଥିବା ସୂଚନା ଦେଇଛି ଗୁଇନ୍ଦା ସଂସ୍ଥା। ଏହି ଆତଙ୍କବାଦୀ ସଙ୍ଗଠନ ଦିଲ୍ଲୀର ପାଖାପାଖି ୪ଶହ ସ୍ଥାନକୁ ନିଜ ଟାର୍ଗେଟକୁ ନେଇଥିବା ଜଣାପଡିଛି। ଏଥିରେ ସାମିଲ ଅଛି ବଡ ବଡ ଅଟ୍ଟାଳିକା, ଜନଗହଳି ପୂର୍ଣ୍ଣ ବଜାର, ସମ୍ବେଦନଶୀଳ ଅଞ୍ଚଳ ଓ ଅତି ସମ୍ବେଦନଶୀଳ ଅଞ୍ଚଳ। ଏମିତି ସୂଚନା ପୂର୍ବରୁ ମିଳୁଥିଲେ ମଧ୍ୟ ଆସନ୍ତା ଦୀପାବଳିକୁ ଏମାନେ ଟାର୍ଗେଟ କରିଥିବା କୁହାଯାଉଛି। ଏବେ ଗୁଇନ୍ଦା ସଂସ୍ଥାର ଏହି ସୂଚନାକୁ ଗୁରୁତ୍ୱ ଦେଇ ରାଜଧାନୀର ଅଧିକାଂଶ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Share