ଟିଆରପି ମାମଲାରେ ଅନୁପମାର ଜବାବ ନାହିଁ

ନୂଆଦିଲ୍ଲୀ,୧୦।୧୨- ଚଳିତ ବର୍ଷର ୪୮ତମ ସପ୍ତାହ ବହୁ ଟିଭି ଶୋ ପାଇଁ ଭଲ ରହିଛି। କିଛି ସିରିଏଲ ପୂର୍ବଭଳି ଟିଆରପି ଲିଷ୍ଟରେ ଜମି ରହିଥିବାlବେଳେ କିଛି ପୁରୁଣା ଶୋ ଜବରଦସ୍ତ ଏଣ୍ଟ୍ରି ମାରିଛନ୍ତି। ଚଳିତ ସପ୍ତାହର ଟିଆରପି ଲିଷ୍ଟରେ ଶୀର୍ଷରେ ରହିଛି ଅନୁପମା। ଦୀର୍ଘ ଦିନ ହେଲା ନମ୍ବର ଓ୍ବାନ ପୋଜିଶନରେ ରହିଛି ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ରୂପା ଗାଙ୍ଗୁଲିଙ୍କ ଏହି ସିରିଏଲ।

ଏହା ପଛକୁ ରହିଛି କୁଣ୍ଡଲି ଭାଗ୍ୟ। ଏହି ସିରିଏଲରେ ଗତ କିଛି ଦିନ ହେଲା ଟୁଇଷ୍ଟ ପରେ ଟୁଇଷ୍ଟ ଦେଖିବାକୁ ମିଳୁଛି। ଏହି ତାଲିକାରେ ଏଣ୍ଟ୍ରି କରିଛି ସିଙ୍ଗିଙ୍ଗ୍‌ ରିଆଲିଟି ଶୋ ଇଣ୍ଡିଆନ ଆଇଡଲ। ନେହା କକ୍କଡଙ୍କ ଏହି ଶୋ’ ଆରମ୍ଭ ହେବାର ଦୁଇ ସପ୍ତାହରେ ହିଁ ଟପ୍‌ ଟିଆରପି ତାଲିକାରେ ସ୍ଥାନ ହାସଲ କରିଛି। କମେଡି ସିରିଏଲ ତାରକା ମେହତା କା ଉଲ୍ଟା ଚଶମା ତାଲିକାର ୬ଷ୍ଠ ସ୍ଥାନରେ ରହିଛି। ଦୀର୍ଘ ବର୍ଷ ହେଲା ଚାଲିଥିବା ଏହି ସିରିଏଲ କିଛି ମାସ ତଳେ ଟପ୍‌ ଟିଆରପି ଲିଷ୍ଟରୁ ଗାଏବ ହୋଇଯାଇଥିଲା।

Share