ଟିଆର୍‌ପି ପାଇଁ ଆଦିତ୍ୟଙ୍କ ସହ ନେହାଙ୍କ ବିବାହ ଡ୍ରାମା!

ବମ୍ବେ: ଲୋକପ୍ରିୟ ଗାୟିକା ନେହା କକ୍କଡ଼ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ। ଏହାବ୍ୟତୀତ ତାଙ୍କ କାମ ମଧ୍ୟ ହିଟ୍‌ ରହିଆସୁଛି। ସେ ଗୀତ ହେଉ ଅବା ନୃତ୍ୟ, ସବୁଥିରେ ନେହା ପାରଙ୍ଗମ। ଗୋଟିଏ ପରେ ଗୋଟିଏ ହିଟ୍‌ ଗୀତ ଭେଟି ଦେଉଥିବା ନେହା ଏବେ ଇଣ୍ଡିଆନ୍‌ ଆଇଡଲର ବିଚାରପତି ଆସନ ଅଳଙ୍କୃତ କରିଛନ୍ତି। ଏଥିରେ ମଧ୍ୟ ନେହା ଆଦିତ୍ୟଙ୍କ ସହ ବିବାହକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି। ବିବାହଟି ମିଛିମିଛିକା ହେଉ ପଛକେ ଶୋ’ରେ ରୀତିମତ ଅପ୍‌ଡେଟ୍‌ ଦିଆଯାଉଛି। ଯଦି ଆପଣ ଭାବୁଛନ୍ତି, ନେହା ଏଭଳି ପ୍ରଥମ ଥର କରୁଛନ୍ତି, ତେବେ ଆପଣ ଭ୍ରମରେ ଅଛନ୍ତି ବୋଲି କୁହାଯାଇପାରିବ ।

ପୂର୍ବରୁ ହିମାଂଶ କୋହଲୀ ଉକ୍ତ ମଞ୍ଚରେ ତାଙ୍କୁ ପ୍ରପୋଜ୍‌ କରିଥିଲେ। ହେଲେ ଏହି ସମ୍ପର୍କ ବେଶି ଦିନ ଚାଲିପାରି ନ ଥିଲା। ଉଭୟଙ୍କ ବ୍ରେକ୍‌ଅପ୍‌ ହେବା ପରେ ବି ଶୋ’ରେ ନେହାଙ୍କ ବ୍ୟକ୍ତିଗତ ଜୀବନ ଟ୍ରେଣ୍ଡ କରୁଥିଲା। ଏହାପରେ ଜଣେ ପ୍ରଶଂସକ ଚୁମ୍ବନ ଦେବା ପରେ ନେହା ସମାଲୋଚିତ ହୋଇଥିଲେ। ସେ ଟିଆର୍‌ପି ପାଇଁ ଏହି ଦୃଶ୍ୟ କାଟିବାକୁ କହି ନ ଥିବା ଶୁଣିବାକୁ ମିଳିଥିଲା। ଆଉ ଏବେ ଆଦିତ୍ୟଙ୍କୁ ବିବାହ କରିବାକୁ ନେଇ ନେହା ଚର୍ଚ୍ଚାରେ ରହି ଆସୁଛନ୍ତି। ହେଲେ ଏ ଖବରରେ ସତ୍ୟତା ନାହିଁ, କେବଳ ଟିଆର୍‌ପି ପାଇଁ  କରାଯାଉଥିବା ଶୁଣିବାକୁ ମିଳୁଛି।

Share