Categories: ଜାତୀୟ

ଟିଏମ୍‌ସିକୁ ପୁଣି ଲାଗିଲା ଧକ୍କା ୧୨ କାଉନ୍‌ସିଲରଙ୍କ ସହ ଜଣେ ବିଧାୟକ ଭାଜପାରେ ସାମିଲ

ନୂଆଦିଲ୍ଲୀ,୧୭।୬: ପଶ୍ଚିମବଙ୍ଗରେ ଗତ ଲୋକ ସଭା ନିର୍ବାଚନ ବେଳରୁ ଭାଜପା ଓ ତ୍ରୁଣ ମୂଳ କଂଗ୍ରେସ(ଟିଏମ୍‌ସି) ମଧ୍ୟରେ ତୁତୁମେମେ ଲାଗି ରହିଛି। ଇତି ମଧ୍ୟରେ କେତେଜଣ ଟିଏମ୍‌ସି ନେତା ପୂର୍ବରୁ ଭାଜପାରେ ମିଶିଥିବା ବେଳେ ସୋମବାର ଆହୁରି ୧୨ ଜଣ କାଉନସିଲର ଓ ଜଣେ ବିଧାୟକ ଭାଜପା ହାତ ଧରିଛନ୍ତି। ଫଳରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏହା ଶକ୍ତ ଧକ୍କା ଲାଗିଛି ବୋଲି କୁହାଯାଉଛି। ଏମାନଙ୍କ ମଧ୍ୟରେ ଥିବା ନୌପଡା ବିଧାୟକ ସୁନିଲ ସିଂ ଓ ଅନ୍ୟମାନେ ଭାଜପା ନେତା ବିଜୟ ଭର୍ଜିୟା ଓ ମୁକୁଲ ରାୟଙ୍କ ଉପସ୍ଥିତିରେ ଭାଜପାରେ ମିଶିଛନ୍ତି।

Share