ନୂଆଦିଲ୍ଲୀ,୨୮।୫: : ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପୁଣି ଥରେ ଲାଗିଛି ଝଟକା। ମଙ୍ଗଳବାର ତ୍ରୁଣମୂଳ କଂଗ୍ରେସର ୩ ବିଧାୟକ ଓ ୫୦ କାଉନସିଲର ଦଳ ଛାଡି ଦିଲ୍ଲୀ ପହଞ୍ଚିଛନ୍ତି। ଏମାନେ ସମସ୍ତେ ଭାଜପାରେ ସାମିଲ ହେବା ପାଇଁ ଦିଲ୍ଲୀସ୍ଥିତ ଭାଜପା କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ପୁଣିଥରେ ଭାଜପା ଓ ଟିଏମ୍ସି ମଧ୍ୟରେ ତୁତୁମେମେ ବଢିପାରେ ବୋଲି କୁହାଯାଉଛି। ଭାଜପାରେ ଯୋଗ ଦେଇଥିବା ନେତାମାନଙ୍କ ମଧ୍ୟରେ ରହିଛନ୍ତି ଭାଜପା ବରିଷ୍ଠ ନେତା ମୁକୁଲ ରାୟଙ୍କ ପୁଅ ଶୁଭ୍ରାଂଶୁ ରାୟ। ସେ ପିତାଙ୍କ ସହ ଯାଇ ଭାଜପାରେ ମିଶିଛନ୍ତି। ଆଗକୁ ମଧ୍ୟ ଭାଜପାରେ ଆହୁରି କତେଜଣ ଟିଏମ୍ସି ନେତା ମିଶି ପାରନ୍ତି ବୋଲି କୋଲକତାର ଭାଜପା ମୁଖ୍ୟ ପ୍ରକାଶ କହିଛନ୍ତି।