ଟିଏମ୍‌ସି ବୁଲିଲେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ

ବନ୍ତ,୮ା୪(ଡି.ଏନ୍‌.ଏ.)-ଭଦ୍ରକ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାଶ ବନ୍ତ ବ୍ଲକ ପରିଦର୍ଶନରେ ଆସି ଗୋବିନ୍ଦପୁର, ଷେଣ୍ଢତୀରା, ପଧାନପଡା, ରାମପୁର ଆଦି ପଞ୍ଚାୟତରେ ଟିଏମ୍‌ସି(ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର) ବୁଲି ଦେଖିଥିଲେ। ଉକ୍ତ କେନ୍ଦ୍ରରେ ଅଧିକ ଶଯ୍ୟା ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଥିଲେ। ଏଥିସହ ପଧାନପଡା ପଞ୍ଚାୟତରେ ଦୁବାଇରୁ ଫେରିଥିବା ବ୍ୟକ୍ତିଙ୍କ ଯାତ୍ରା ଇତିହାସ ପଚାରି ବୁଝିବା ସହ ରାମପୁର ପଞ୍ଚାୟତ ଅଳଉତି ଗ୍ରାମର ଅଗ୍ନିବିପନ୍ନ ପରିବାରଙ୍କୁ ଭେଟିଥିଲେ। ତାଙ୍କ ସହ ତହସିଲଦାର ଇନ୍ଦିରା ସାହୁ, ବିଡିଓ ରେବେକା ବିଲୁଙ୍ଗ ଓ ୪ ପଞ୍ଚାୟତର ସରପଞ୍ଚ ଉପସ୍ଥିତ ଥିଲେ ା