ନୂଆଦିଲ୍ଲୀ,୪-୪: ବର୍ତ୍ତମାନ କରୋନା ପାଇଁ ସାରା ଦେଶରେ ଲକଡାଉନ କରାଯାଇଥିବା ବେଳେ ଆୟକରଦାତାଙ୍କ ଲାଗି ସରକାର ଆଶ୍ୱସ୍ତି ଆଣିଦେଇଛନ୍ତି।
ଫର୍ମ ୧୫ଜି ତଥା ଫର୍ମ ୧୫ ଏଚ ଫାଇଲ କରିବାର ଅବଧିକୁ ଆୟକର ବିଭାଗ ଚଳିତ ବର୍ଷ ଜୁନ ୩୦ ଯାଏ ବଢ଼ାଇ ଦେଇଛି।
ବର୍ତମାନ ଲକଡାଉନ ପାଇଁ ଲୋକ ମାନେ ସମସ୍ୟା ସାମ୍ନା କରୁଥିବାରୁ ସରକାର ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି।
ଟିକସ ପରିସରରେ ଆସୁନଥିବା ଲୋକ ମାନେ ଏହି ୨ ଫର୍ମ ପୂରଣ କରିଥାନ୍ତି।
ବିଶେଷକରି ଟିକସ ଯୋଗ୍ୟ ଆୟ ନଥିବା ଲୋକଙ୍କ ଲାଗି ଏହା ଉଦିଷ୍ଟ।
କରୋନା ଯୋଗୁ ବ୍ୟାଙ୍କ ଏବଂ ସାଧାରଣ ଲୋକଙ୍କ କାମକାର୍ଯ୍ୟ ପ୍ରଭାବିତ ହୋଇଛି।
ଏହାକୁ ନଜରରେ ରଖି ଟିକସଦାତାଙ୍କ ସୁବିଧା ଲାଗି ପଦକ୍ଷେପ ନିଆଯାଇଛି ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ସୂଚନା ଦିଆଯାଇଛି।