Categories: ଜାତୀୟ

ଟିକେଟ୍‌ ବଣ୍ଟାକୁ ନେଇ ଭାଜପା କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୧୯।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଏବେ ସବୁ ଦଳର ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢିଚାଲିଛି। ନିକଟରେ ଟିକେଟ୍‌ ବଣ୍ଟାକୁ ନେଇ କଂଗ୍ରେସ ସୋନିଆ ଗାନ୍ଧୀଙ୍କ ଘର ସାମ୍ନାରେ ବିରୋଧ ପ୍ରଦର୍ଶନ କରିଥିବା ବେଳେ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା)ର କେତେଜଣ ଅସନ୍ତୁଷ୍ଟ କର୍ମୀ ଭାଜପା କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଶୁକ୍ରବାର ଭାଜପା ୫୭ ଆସନ ପାଇଁ ନାଁ ଘୋଷଣା କରିଥିବା ବେଳେ ଗୋଟିଏ ଦିନ ପରେ ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଘର ସାମ୍ନାରେ ହୋହାଲ୍ଲା କରିଥିଲେ। ସୂଚନାଯୋଗ୍ୟ, ଏଥିର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପା ଶାସକ ଆମ ଆଦମୀ ପାର୍ଟି(ଏଏପି)କୁ ଟାର୍ଗେଟ କରିଛି। ରବିବାର ଏଏପି ଘୋଷଣାପତ୍ର ପୂର୍ବରୁ ‘କେଜରିଓ୍ବାଲଙ୍କ ଗା୍ୟରେଣ୍ଟି କାର୍ଡ’ ଖେଳିଛନ୍ତି। ଏଥିରେ ସେ ଲୋକଙ୍କ ପାଇଁ ୧୦ଟି ଗ୍ୟାରେଣ୍ଟି ସହ ପୁଣିଥରେ ଶାସନ କ୍ଷମତାକୁ ଫେରିବ ବୋଲି ଆଶା ରଖିଛି।

Share