Categories: ଜାତୀୟ

ଟିକେଟ୍‌ ଭାଗବଣ୍ଟାକୁ ନେଇ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ

ନୂଆଦିଲ୍ଲୀ,୧୮।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଏବେ ଏଥିରେ ଭାଗ ନେବାକୁ ବିଭିନ୍ନ ଦଳର ବହୁ ଆଶାୟୀ ପାର୍ଥୀ ରହିଛନ୍ତି। ତେବେ କିଛିଦିନ ହେବ କଂଗ୍ରେସ ଦେଶର ବିଭିନ୍ନ ସ୍ଥାନରେ ଭଲ ପ୍ରଦର୍ଶନ କରୁଥିବା ବେଳେ ଏହି ଦଳର ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ମଧ୍ୟ ବଢି ଚାଲିଛି। ଇତିମଧ୍ୟରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କେତେଜଣକୁ କଂଗ୍ରେସ ଟିକେଟ୍‌ ମିଳିଥିବା ବେଳେ ଏହାକୁ ଦେଖି କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଶନିବାର ପଟେଲ ନଗର ଓ କରାଓ୍ବଲ ନଗର ବିଧାନସଭା ଆସନର କେତେଜଣ କର୍ମୀ ଏହାକୁ ବିରୋଧ କରି କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବାସଭବନ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଛନ୍ତି।

Share