Categories: ଜାତୀୟ

ଟିକ୍‌ଟକ୍‌ରୁ ୬୦ ଲକ୍ଷ ଭିଡିଓ ହଟିଲା

ନୂଆଦିଲ୍ଲୀ, ୨୪।୭: ବିଶ୍ୱର ହଜାର ହଜାର ଯୁବପିଢ଼ିଙ୍କୁ ମାତ୍ର ୨୦ ସେକେଣ୍ଡରେ ନିଜକୁ ବ୍ୟକ୍ତ କରିବାର ଭିଡିଓ ଆପ ଟିକ୍‌ଟକ୍‌ ନିଶା ଘାରିଛି। ଏବେ ଭାରତରେ ୬୦ ଲକ୍ଷରୁ ଅଧିକ ଟିକ୍‌ଟକ୍‌ ଭିଡିଓ ହଟାଇ ଦିଆଯାଇଛି। ଭାରତର କଣ୍ଟେଣ୍ଟ୍‌ ଗାଇଡଲାଇନ୍‌ ଉଲ୍ଲଘଂନ କରୁଥିବା ଭିଡିଓଗୁଡିକୁ ହଟାଇ ଦିଆଯାଇଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଟିକ୍‌ଟକ୍‌ ଆପରେ ଅଶ୍ଳୀଳ ବାର୍ତ୍ତା ଏବଂ ଅନୁଚିତ ସାମଗ୍ରୀ ଉପଲବ୍ଧ ହେଉଥିବା ଦର୍ଶାଇ ଏହାକୁ ଭାରତରେ ନିଷେଧ କରିବା ପାଇଁ ମାଡ୍ରାସ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏହା ପରେ ସରକାର ଗୁଗଲ ଏବଂ ଆପଲକୁ ନିଜ ଷ୍ଟୋରରୁ ଚୀନର ଏହି ଆପ ଟିକ୍‌ଟକ୍‌କୁ ହଟାଇବାକୁ ନିର୍ଦେଶ ଦେଇଥିଲେ। ଏହା ପରେ ହାଇକୋର୍ଟଙ୍କ ଆଦେଶକୁ ଭେଦଭାବପୂର୍ଣ୍ଣ ବୋଲି ଟିକ୍‌ଟକ୍‌ ପକ୍ଷରୁ କୁହାଯାଇଥିଲା। ସୂଚନାଯୋଗ୍ୟ, ଚୀନର ବାଇଟଡ୍ୟାନ୍ସ ମାଲିକାନାରେ ଥିବା ଟିକ୍‌ଟକ୍‌ ବହୁଳ ବ୍ୟବହୃତ ଏକ ମିଡିଆ ଆପ୍ଲିକେସନ, ଯାହାଦ୍ୱାରା ଛୋଟ ଛୋଟ ଭିଡିଓ ତିଆରି କରି ସେୟାର କରିହୁଏ। ସେପ୍ଟେମ୍ବର ୨୦୧୬ରେ ଚୀନର ଡାଇୟୁଁରେ ଲଞ୍ଚ କରାଯାଇଥ

Share