ଟିକ୍‌ଟକ୍‌ ଛାଡ଼ି ଏବେ କ୍ୱାରାଣ୍ଟାଇନ୍‌ ଅନ୍ତେବାସୀ କରୁଛନ୍ତି ଯୋଗାଭ୍ୟାସ

ଭଦ୍ରକ ଅଫିସ,୧୧ା୫ : ଭଦ୍ରକ ଜିଲା ତିହିଡି ବ୍ଲକ ଭାଟପଡ଼ା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଟିକ୍‌ଟକ୍‌ ଭିଡିଓ କିଛି ଦିନ ତଳେ ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଏବେ ଏହି କ୍ୱାରାଣ୍ଟାଇନ୍‌ ସେଣ୍ଟରର ଅନ୍ତେବାସୀମାନେ ନିଜର ତ୍ରୁଟି ସୁଧାରି ଦୈନିକ ସକାଳ ଓ ସାରେ ସାମାଜିକ ଦୂରତ୍ୱ ରଖି ଯୋଗ, ବ୍ୟାୟାମ ଓ ଭାଗବତ ଚର୍ଚ୍ଚା କରୁଥିବା ଜଣା ପଡ଼ିଛି। ଏହି ପରିବର୍ତ୍ତନ ଦେଖି ଆଖପାଖ ଗ୍ରାମବାସୀ ଓ ସରକାରୀ ଅଧିକାରୀ ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି।
ସୂଚନା ଥାଉକି, ଟିକ୍‌ଟକ୍‌ ଘଟଣା ପରେ ୬ଜଣ ଅନ୍ତେବାସୀଙ୍କ ନାମରେ ତିହିଡ଼ି ଥାନାରେ ସ୍ଥାନୀୟ ମହିଳା ସରପଞ୍ଚଙ୍କ ଏତଲା ଆଧାରରେ ମାମଲା ରୁଜୁ ହୋଇଥିଲା।