ନୂଆଦିଲ୍ଲୀ,୧୪ା୬(ଆଇଏଏନ୍ଏସ୍):ସଂକ୍ଷିପ୍ତ ଭିଡିଓ ପ୍ରସ୍ତୁତକାରୀ ଆପ୍ ଟିକ୍ଟକ୍ ପାଇଁ ତାମିଲନାଡୁର ୨ ସନ୍ତାନର ଜନନୀ ଜଣେ ୨୪ ବର୍ଷୀୟା ମହିଳା ଗୁରୁବାର ଆତ୍ମହତ୍ୟା କରିଛନ୍ତି। ଅନୀତା ନାମ୍ନୀ ଏହି ମହିଳା ଟିକ୍ଟକ୍ରେ ଭିଡିଓ ପ୍ରସ୍ତୁତିରେ ବ୍ୟସ୍ତ ରହୁଥିବାବେଳେ ତାଙ୍କ ସ୍ବାମୀ ଏହାକୁ ବିରୋଧ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ଅନୀତା ବିଷ ପିଇବା ସମୟର ଭିଡିଓ ହ୍ବାଟ୍ସଆପ୍ରେ ସିଙ୍ଗାପୁରରେ ଥିବା ତାଙ୍କ ସ୍ବାମୀଙ୍କ ପାଖକୁ ପଠାଇଥିଲେ। କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା।