Categories: ଫୁରସତ

ଟିକ୍‌ଟକ୍‌ ହେଲା କାଳ, ପାଟିରେ ରହିଗଲା ‘ମାଉଥ୍‌ ଅରଗାନ୍‌

ଆଜିକାଲି ଯୁବପିଢିଙ୍କୁ ଟିକ୍‌ଟକ୍‌ ନିଶା ଘାରିଛି। କିଏ ଘରେ ତ ଆଉ କିଏ କଲେଜରେ, ଆଉ କେଉଁଠି ଟ୍ରେନରେ କିଏ ପାର୍କରେ ବିଭିନ୍ନ ସ୍ଥାନରେ ଟିକ୍‌ଟକ୍‌ ଭିଡିଓ କରି ଅପଲୋଡ କରୁଛନ୍ତି। ବେଳେବେଳେ ଟିକ୍‌ଟକ୍‌ ଭିଡିଓ ପ୍ରସ୍ତୁତ ବେଳେ ଅଭାବନୀୟ ଘଟଣାମାନ ମଧ୍ୟ ଘଟୁଛି। କେତେବେଳେ କାହା ଜୀବନ ଚାଲିଯାଉଛି ତ ଆଉ କେତେବେଳେ ଟିକ୍‌ଟକ୍‌ ଭିଡିଓ କରି ଆହତ ଖବର ମଧ୍ୟ ସାମ୍ନାକୁ ଆସୁଛି। ନିକଟରେ କାନାଡାର ମୋଲି ଓ ବ୍ରାଇନ୍‌ ନାମକ ଜଣେ ଯୁବତୀ ମାଉଥ୍‌ ଅରଗାନ୍‌ ବଜାଇ ଟିକ୍‌ଟକ୍‌ ଭିଡିଓ କରୁଥିବାବେଳେ ତାଙ୍କ ପାଟିରେ ଉକ୍ତ ଯନ୍ତ୍ରଟି ରହିଯାଇଥିଲା। ଫଳରେ ତୁରନ୍ତ ତାଙ୍କୁ ହସ୍ପିଟାଲ ଯିବାକୁ ପଡିଥିଲା। ସେଠାରେ ଡାକ୍ତର ସର୍ଜରୀ କରି ପାଟିରୁ ମାଉଥ୍‌ ଅରଗାନ୍‌ ବାହାର କରିଥିଲେ। ମୋଲି ଏବେ ସ୍କୁଲରେ ପାଠ ପଢୁଛନ୍ତି। ଭାଇଙ୍କୁ ହସାଇବା ପାଇଁ ସେ ମାଉଥ୍‌ ଅରଗାନ୍‌ ଭିଡିଓ କରୁଥିଲେ। କିନ୍ତୁ ଏହା ପାଟି ଭିତରେ ପଶିଯାଇଥିଲା। ଯନ୍ତ୍ରଣା ହେବାରୁ ହସ୍ପିଟାଲ ଯାଇଥିଲି ବୋଲି ମୋଲି କହିଛନ୍ତି। ଟିକ୍‌ଟକ୍‌ରେ ମୋଲିଙ୍କୁ ୨୬ ହଜାରରୁ ଅଧିକ ଲୋକ ଫଲୋ କରନ୍ତି। ୧୦ ଲ୪ରୁ ଊର୍ଦ୍ଧ୍ୱ ୟୁଜର୍ସ ତାଙ୍କ ଭିଡିଓକୁ ଲାଇକ୍‌ ମଧ୍ୟ କରିଛନ୍ତି।

Share